ଓଡ଼ିଶା

ସନ୍ଦେଶଖାଲି ମହିଳାଙ୍କୁ ଭେଟିଲେ ଅଭିଷେକ ବାନାର୍ଜୀ

କୋଲକାତା-ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସନ୍ଦେଶଖାଲିରେ ମହିଳା ଉତ୍ପୀଡନ ଅଭିଯୋଗକୁ ନେଇ ବିଜେପି ପୂରା ରାଜ୍ୟରେ ଆନ୍ଦୋଳନ କରୁଛି । ଏହାରି ଭିତରେ ତୃଣମୂଳ ମହାସଚିବ ଅଭିଷେକ ବାନାର୍ଜୀ ସନ୍ଦେଶଖାଲି ମହିଳାଙ୍କୁ ଭେଟିଛନ୍ତି ।
ଗୁରୁବାର ସନ୍ଧ୍ୟାରେ ମହିଳା ତୃଣମୂଳ କଂଗ୍ରେସ ରାଲି ବାହାରିଥିଲା, ଯାହାର ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେଇଥିଲେ । ଏଥିରେ ଅଭିଷେକ ବାନାର୍ଜୀ ବି ସାମିଲ ହୋଇଥିଲେ । ଏହାପରେ ଅଭିଷେକ ବାନାର୍ଜୀ ସନ୍ଦେଶଖାଲି ମହିଳାଙ୍କୁ ଭେଟିଥିଲେ । ଯେଉଁମାନଙ୍କ ସହ ଅନ୍ୟାୟ ହୋଇଛି ସେମାନଙ୍କୁ ନ୍ୟାୟ ନିଶ୍ଚିତ ମିଳିବ । ଅଭିଷେକ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ଯେଉଁ ନେତାଙ୍କ ଉପରେ ଅଭିଯୋଗ ହୋଇଛି ପାର୍ଟି ସେମାନଙ୍କୁ ଆଦୌ ଛାଡିବ ନାହିଁ । ପୋଲିସ କାର୍ଯ୍ୟନୁଷ୍ଠାନ ନେବ ଏବଂ ସଂଗଠନାତ୍ମକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

Show More

Related Articles

Back to top button