ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଝୁଲନ୍ତା ଅବସ୍ଥାରେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଝୁଲନ୍ତା ଅବସ୍ଥାରେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କାମାକ୍ଷାନଗର ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୱାଟର୍ସରୁ । ମିଳିଥିବା ସୂଚନା ଅନୁଯାୟୀ ମୃତ ଛାତ୍ର ଜଣଙ୍କ କ୍ୱାଟର୍ସରେ ରହୁଥିବା ଆଇଜିଆଇଟିର ଜଣେ କର୍ମଚାରୀଙ୍କ ପୁଅ ।

ସୂଚନା ଅନୁଯାୟୀ , ମୃତକ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଅଟନ୍ତି । ମୃତ୍ୟୁ ପୂର୍ବରୁ ଛାତ୍ର ଜଣଙ୍କ ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଖରାପ ଆଶଙ୍କାରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ  ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Show More

Related Articles

Back to top button