Breaking PLUSଦେଶମୁଖ୍ୟ ଖବର

ବେଙ୍ଗାଲୁରୁ ଆକାଶରେ ପ୍ରଥମ ଉଡାଣ ଭରିଲା ତେଜସ ଏମକେ-1ଏ ଯୁଦ୍ଧ ବିମାନ

ନୂଆଦିଲ୍ଲୀ, 28 ମାର୍ଚ୍ଚ – ପ୍ରତିରକ୍ଷା ବିମାନ କ୍ଷେତ୍ରରେ ଭାରତର ସ୍ୱର୍ଣ୍ଣ ଯୁଗ ଗୁରୁବାର ଦିନ 4.5 ପିଢିର ତେଜସ ଏମକେ-1ଏ ଯୁଦ୍ଧ ବିମାନର ପ୍ରଥମ ଉଡାଣ ସହିତ ଆରମ୍ଭ ହୋଇଛି । ସମ୍ପର୍ଣ୍ଣ ଭାବେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ଆଜି ଦିନ 1.15 ବେଳେ ବେଙ୍ଗାଲୁରରେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡର ଆକାଶରେ ଉଡାଣ ଭରିଥିଲା । ଭାରତର ନୂଆ ଅତ୍ୟାଧୁନିକ ତେଜସ ଏମକେ-1ଏ ଆଜି ପ୍ରଥମ ଉଡାଣ ଭାବେ ଆକାଶରେ 18ମିନିଟ ଧରି ବୁଲିବା ପରେ 1.33 ବେଳେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା । ଏଚଏଏଲ ଏୟାରପୋର୍ଟରେ ତେଜସ ଏମକେ-1ଏ ଯୁଦ୍ଧ ବିମାନ ପ୍ରଥମ ଉଡାଣ ପାଇଁ ଅନେକ ଦିନରୁ ପ୍ରସ୍ତୁତିରେ ଲାଗିଥିଲା ।

Show More

Related Articles

Back to top button