Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଓ ଦମୟନ୍ତୀ ବେଶ୍ରା

ଗୁରୁବାର ରାଜ୍ୟର ୩ ଚର୍ଚ୍ଚିତ ଚେହେରା ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମର ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି।
କଟକ ଲୋକସଭା ଆସନରୁ ୬ ଥର ସାଂସଦ ଥିବା ଭର୍ତ୍ତୃହରି ମହତାବ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। ଅପରପକ୍ଷେ ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ୨ ଥର ସାଂସଦ ହୋଇଛନ୍ତି। ସେହିପରି ଦମୟନ୍ତୀ ବେଶ୍ରା ବାରିପଦାର ଜଣେ ଚର୍ଚ୍ଚିତ ଚେହେରା। ସେ ସାନ୍ତାଳୀ ଭାଷାର ଜଣେ ଗବେଷକ। ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଦମୟନ୍ତୀ। ୨୦୦୯ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Show More

Related Articles

Back to top button