Breaking PLUSଦେଶମୁଖ୍ୟ ଖବର

ଶନିବାର ଓ ରବିବାର ହେବ ବ୍ୟାଙ୍କ କାମ, ଶୁକ୍ରବାର ରହିବ ଅବକାଶ

ଟ୍ୟାକ୍ସ ଜମା କରିବା ପାଇଁ ମାର୍ଚ୍ଚ 31ରେ ବ୍ୟାଙ୍କ ଖୋଲାରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, 28 ମାର୍ଚ୍ଚ – ଗୁଡ ଫ୍ରାଇଡେ ଅବସରରେ ମାର୍ଚ୍ଚ 29ରେ ଅନେକ ରାଜ୍ୟର ବ୍ୟାଙ୍କ ଛୁଟି ରହିବ । ତେବେ ମାର୍ଚ୍ଚ 30-31ରେ ବ୍ୟାଙ୍କ ଖୋଲା ରହିବ । ଏଭଳି ପରିସ୍ଥିତିରେ ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ଅଛି, ତେବେ ଆପଣ ଏହାକୁ ଶନିବାର ଓ ରବିବାର କରିପାରିବେ ।
ବ୍ୟାଙ୍କକୁ ମାର୍ଚ୍ଚ 30 ଓ 31ରେ ସରକାରୀ ନେଣ-ଦେଣ ସହିତ ସମ୍ବନ୍ଧିତ କାଉଂଟର ଖୋଲା ରଖିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛନ୍ତି । ଆରବିଆଇ ବ୍ୟାଙ୍କକକୁ ଟ୍ୟାକ୍ସ ଜମା କରିବା ପାଇଁ ନିଜ ଶାଖା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଶନିବାର ଓ ରବିବାର ସମସ୍ତ ଖୋଲା ରହିବ ନାହିଁ । ଟ୍ୟାକ୍ସ ସଂଗ୍ରହ କରୁଥିବା ବ୍ୟାଙ୍କ ଗୁଡିକ କେବଳ ଖୋଲା ରହିବ ।

Show More

Related Articles

Back to top button