Breaking PLUSଦେଶମୁଖ୍ୟ ଖବର

ଏପ୍ରିଲ 1ଯାଏ ଇଡି ହେପାଜତରେ ରହିବେ କେଜରିୱାଲ, 7ଦିନ ମାଗିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଆଜି ହାଜିରା ସମୟରେ କୋର୍ଟରେ ନିଜ ପକ୍ଷ ରଖିଥିଲେ କେଜରିୱାଲ
ନୂଆଦିଲ୍ଲୀ, 28 ମାର୍ଚ୍ଚ – ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟର ସ୍ପେଶାଲ ଜଜ କାଭେରୀ ବାୱେଜା ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏପ୍ରିଲ 1ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି । କୋର୍ଟରେ ଇଡି 7ଦିନ ରିମାଣ୍ଡ ପାଇଁ ଦାବି କରିଥିଲା ।
ଶୁଣାଣି ସମୟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, କେଜରିୱାଲ ତଦନ୍ତରେ ସହଯୋଗ କରୁନାହାନ୍ତି । ସିଧା ସିଧା ଜବାବ ଦେଉନାହାନ୍ତି । କୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ଆମ ପାଖରେ ଦସ୍ତାବିଜ ଅଛି ଯେ ଆମ୍ ଆଦମୀ ପାର୍ଟି ଲାଞ୍ଚ ନେଇଥିଲା ଏବଂ ଗୋଆ ନିର୍ବାଚନରେ ହାୱାଲା ମାର୍ଗ ଦେଇ ଏହି ଟଙ୍କା ବ୍ୟବହାର କରିଥିଲା। ଯେଉଁ ଟଙ୍କା ବିଜେପିକୁ ଦେଇଥିବା ନେଇ କେଜରିୱାଲ ଅଭିଯୋଗ କରୁଛନ୍ତି, ତାର ମଦ ଘୋଟାଲାରେ କୌଣସି ନେଣଦେଣ ନାହିଁ ।
ଆଜି ହାଜରି ସମୟରେ କେଜରିୱାଲ ନିଜେ କୋର୍ଟରେ ନିଜ କଥା ରଖିଥିଲେ । ସେ କହିଥିଲେ ଯେ, ତାଙ୍କ ଗିରଫଦାରି ରାଜନୈତିକ ଷଡଯନ୍ତ୍ର ଅଟେ , ଜନତା ଏହାର ଜବାବ ଦେବେ ।

Show More

Related Articles

Back to top button