ବାଣିଜ୍ୟ

ଟାଟା ଇଲେକ୍ଟ୍ରିକ୍ କାର : ଥରେ ଚାର୍ଜ ହେଲେ ଦୌଡିବ ୩୫୦ କି.ମି

ଦାମ୍ ୧୩ ଲକ୍ଷରୁ ଆରମ୍ଭ ..

ଟାଟା ମୋଟର୍ସ ନିକଟରେ ତାହାର ଦ୍ୱିତୀୟ ଇଲେକ୍ଟ୍ରି କାର ଟାଟା ଟାଇଗୋର ଉପରୁ ପରଦା ଉଠାଇଛି । ବର୍ତ୍ତମାନ, ଏହି କାରଟି କେବଳ ପ୍ରଦର୍ଶିତ କରାଯାଇଛି। ଖୁବ୍ ଶୀଘ୍ର ଏହାକୁ ବିକ୍ରି କରିବା ପାଇଁ ଲଞ୍ଚ ମଧ୍ୟ କରାଯିବ। କମ୍ପାନୀ ଏହି କାରର ବୁକିଂ କରିବା ମଧ୍ୟ ଆରମ୍ଭ କରିଛି। ତେବେ ଏହି କାର ସହ ଜଡିତ ସମସ୍ତ ବିବରଣୀ କମ୍ପାନୀ ଦ୍ୱାରା ସେୟାର କରାଯାଇଥିଲା, କିନ୍ତୁ ଏହାର ଡ୍ରାଇଭିଂ ରେଞ୍ଜ ବିଷୟରେ କୌଣସି ସୂଚନା ଦିଆଯାଇନଥିଲା ।ହେଲେ ବର୍ତ୍ତମାନ ଖବର ଆସୁଛି ଯେ ଏହି ଇଲେକ୍ଟ୍ରିକ୍ ସେଡାନ୍ କାର୍ ଥରେ ଚାର୍ଜ ହେଲେ ୩୫୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂର ରେଞ୍ଜ ଦେବ। ଟାଟା ନକ୍ସନ୍ ପରେ କମ୍ପାନୀ ତରଫରୁ ଏହା ହେଉଛି ଦ୍ୱିତୀୟ ଇଲେକ୍ଟ୍ରିକ୍ ଗାଡି । ତେବେ ଆସନ୍ତା ୩୧ ଅଗଷ୍ଟରେ ଏହା ଆନୁଷ୍ଠାନିକ ଭାବରେ ବିକ୍ରି ପାଇଁ ଲଞ୍ଚ ହେବ । କିନ୍ତୁ କାରଟି ଲଞ୍ଚ ହେବା ପୂର୍ବରୁ ଡିଲରସିପ୍‌କୁ ପହଞ୍ଚାଇବା ଆରମ୍ଭ ହୋଇଛି । ଏନେଇ କମ୍ପାନୀ କହିଛି ଯେ ଏହି କାର ୩୦୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂର ରେଞ୍ଜ ଦେବ, କିନ୍ତୁ ପ୍ରକୃତ ଆକଳନ ବିଷୟରେ କୌଣସି ପ୍ରକାରର ଘୋଷଣା କରାଯାଇ ନାହିଁ। କିନ୍ତୁ ରିପୋର୍ଟ ଅନୁଯାୟୀ ଏହି କାରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କାରର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟରରେ ଏହା ଦେଖିବାକୁ ମିଳେ ଯେ ଏହି କାର ୨୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଛି ଏବଂ ଏହି ସମୟ ମଧ୍ୟରେ ବ୍ୟାଟେରୀର ପ୍ରାୟ ୫୯% ପର୍ଯ୍ୟନ୍ତ ଚାର୍ଜିଂ ରହିବ ।

ନୂଆ ଟାଇଗୋର ଇଭି ପାଇଁ ସବୁଠାରୁ ବଡ ଅପଡେଟ୍ ପାୱାର୍ ଟ୍ରେନ୍ ଫ୍ରଣ୍ଟ ଦେଖାଯାଉଛି, ଯାହା ବର୍ତ୍ତମାନ କମ୍ପାନୀର ଜିପଟ୍ରନ୍ ଇଭି ପାୱାର୍ ଟ୍ରେନ୍ ସହିତ ଲେସ୍ କରାଯାଇଛି । ଏହି ଟେକ୍ନୋଲୋଜି ପ୍ରଥମେ ନେକ୍ସନ୍ ଇଲେକ୍ଟ୍ରିକ୍ ରେ ବ୍ୟବହୃତ ହୋଇଥିଲା । ଏହାର ଇଲେକ୍ଟ୍ରିକ୍ ମୋଟର ୭୫hpର ପାୱାର ଏବଂ ୧୭୦Nm ପିକ୍ ଟର୍କ ଉତ୍ପାଦନ କରେ । କମ୍ପାନୀ ଏହାକୁ ନେଇ ଦାବି କରିଛି ଯେ ଏହି କାର ମାତ୍ର ୫.୭ ସେକେଣ୍ଡରେ ୦ ରୁ ୬୦ କିଲୋମିଟର ଯାଏଁ ଗତି ଛୁଇଁବ । କମ୍ପାନୀ ଏହି କାରରେ ୨୬kWh କ୍ଷମତା ବିଶିଷ୍ଟ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର କରାଯାଇଛି । ବ୍ୟାଟେରୀ ପ୍ୟାକ୍ ଏବଂ ଇଲେକ୍ଟ୍ରିକ୍ ମୋଟରର IP67ର ରେଟିଂ ମଧ୍ୟ ଦିଆଯାଇଛି । ନୂତନ ଜିପଟ୍ରନ୍ ଟେକ୍ନୋଲୋଜି ସହିତ ଟାଇଗର୍ ଇଭି ବର୍ତ୍ତମାନ ଦ୍ରୁତ ଚାର୍ଜିଂ ସହିତ ଆସିଛି । ଫାଷ୍ଟ ଚାର୍ଜର ସହିତ ଟାଇଗର ଇଭି ମାତ୍ର ୬୦ ମିନିଟରେ ୦ ରୁ ୮୦ ପ୍ରତିଶତ ଚାର୍ଜ ହୋଇପାରିବ । ଟାଟା ମୋଟର୍ସ ଏହି କାରର ବ୍ୟାଟେରୀ ଏବଂ ମୋଟର ସହିତ ୮ବର୍ଷ /୧,୬୦,୦୦୦ କିଲୋମିଟର ୱାରେଣ୍ଟି ମଧ୍ୟ ଦିଆଯାଇଛି ।ତେବେ ବିଶେଷଜ୍ଞଙ୍କ ମତରେ ଏହି କାରକୁ ୧୩.୯୯ ଲକ୍ଷରୁ ୧୬.୮୫ ଲକ୍ଷ ଟଙ୍କା ମଧ୍ୟରେ ବଜାରକୁ ଅଣାଯାଇପାରେ । ଷ୍ଟାଣ୍ଡାର୍ଡ ପେଟ୍ରୋଲ୍ ଭର୍ସନ୍ ଟାଇଗୋର ଠାରୁ ଏହାର ମୂଲ୍ୟ ୧.୫ ଲକ୍ଷରୁ ୨ଲକ୍ଷ ଟଙ୍କା ଅଧିକ ହୋଇପାରେ, ଯାହାର ପ୍ରାରମ୍ଭିକ ମୂଲ୍ୟ ୭.୮୧ ଲକ୍ଷ ଟଙ୍କା ରହିଛି । କମ୍ପାନୀ କହିଛି ଯେ ଜିପଟ୍ରନ୍ ଟେକ୍ନୋଲୋଜି ହେତୁ ଏହି କାର ଉନ୍ନତ ଡ୍ରାଇଭିଂ ରେଞ୍ଜ ଦେବ।

Show More

Related Articles

Back to top button