Breaking PLUSଓଡ଼ିଶାମୁଖ୍ୟ ଖବର

ଅନଲାଇନ୍‌ରେ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଲ’ ପରୀକ୍ଷା

ଶେଷରେ ଆଇନ ଛାତ୍ରଛାତ୍ରୀଙ୍କ ଦାବି ମାନି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଆଇନ ମହାବିଦ୍ୟାଳୟଗୁଡିକର ସେମିଷ୍ଟର୍‌ ପରୀକ୍ଷା ଅନଲାଇନ୍‌ରେ ହେବ । ଘରୁ କିମ୍ବା ସାଇବର କାଫେରୁ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଶରତ କୁମାର ମାଝି ଏହି ସୂଚନା ଦେଇଛନ୍ତି ।

ଶେଷରେ ଆଇନ ଛାତ୍ରଛାତ୍ରୀଙ୍କ ଦାବି ମାନି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଆଇନ ମହାବିଦ୍ୟାଳୟଗୁଡିକର ସେମିଷ୍ଟର୍‌ ପରୀକ୍ଷା ଅନଲାଇନ୍‌ରେ ହେବ । ଘରୁ କିମ୍ବା ସାଇବର କାଫେରୁ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଶରତ କୁମାର ମାଝି ଏହି ସୂଚନା ଦେଇଛନ୍ତି । ଲ’ର ତୃତୀୟ ଓ ସପ୍ତମ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହେବ । ଯାହା ୯ ତାରିଖରେ ସରିବ । ସେହିପରି ପ୍ରଥମ ଓ ପଞ୍ଚମ ସେମିଷ୍ଟର୍‌ ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସରିବା ପରେ ଫଳ ଯେତେ ଶୀଘ୍ର ସମ୍ଭବ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ମାଝି କହିଛନ୍ତି ।

ଅପରପକ୍ଷେ ଲ’ ଭଳି ସମାନ ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଯୁକ୍ତ ତିନି ବା ୟୁଜି ପରୀକ୍ଷା ମଧ୍ୟ ଅନଲାଇନ୍‌ରେ ହେବ ବୋଲି ସେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଲ’ରେ ସେମିଷ୍ଟର୍‌ ପରୀକ୍ଷା ନ କରି ପୂର୍ବ ସେମିଷ୍ଟର୍‌ ମାର୍କ ଅନୁସାରେ ଉପର ସେମିଷ୍ଟରକୁ ଉନ୍ନୀତ କରିବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ । ନଚେତ୍‌ ଅଫଲାଇନ୍‌ ପରୀକ୍ଷା ନକରି ଅନଲାଇନ୍‌ରେ ପରୀକ୍ଷା କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି, ପରୀକ୍ଷା ନିୟନ୍ତ୍ରକ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିକଟରେ ଛାତ୍ରଛାତ୍ରୀମାନେ ଦାବି କରିଥିଲେ ।

ଏ ନେଇ ଗତ ସୋମବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ମଙ୍ଗଳବାର ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିସ୍ତୃତ ଭାବେ ଆଲୋଚନା କରିବା ପରେ ବୁଧବାର ଏଭଳି ଘୋଷଣା କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମସ୍ତ ଲ’ କଲେଜ ଗୁଡିକରେ ପରୀକ୍ଷା ଅନଲାଇନ୍‌ରେ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ପୂଜା ଛୁଟି ପରେ ଅଷ୍ଟମ, ନବମ ଓ ଦଶମ ସେମିଷ୍ଟର ପରୀକ୍ଷା କରାଯିବ ବୋଲି କହିଛନ୍ତି ।

Show More

Related Articles

Back to top button