Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପରୀକ୍ଷଣ ସମୟରେ DRDOର ‘ତାପସ- ୟୁଏଭି’ ଦୁର୍ଘଟଣାଗ୍ରସ୍ତ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତାପସ ୟୁଏଭି

() ନୂଆଦିଲ୍ଲୀ: ପରୀକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଡିଆରଡିଓର ତାପସ ୟୁଏଭି । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ)ର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତାପସ ୟୁଏଭି ରବିବାର ଦିନ ବେଙ୍ଗାଲୁରୁର ଚିତ୍ରଦୁର୍ଗ ଟେଷ୍ଟ ରେଞ୍ଜରେ ଉଡାଣ ପରୀକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଚଣ୍ଡ ଶବ୍ଦ ସହିତ ୟୁଏଭି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ତାପସର ପୂରା ନାଁ ହେଉଛି ଟେକ୍ଟିକଲ ଏୟାରବର୍ଣ୍ଣ ପ୍ଲାଟଫର୍ମ ଫର୍ ଏରିଅଲ୍ ସର୍ଭିଲାନ୍ସ ୱାନଡେ ହେରାଇଜନ (ଟିଏପିଏଏସ) । ଏହା ଏକ ମଧ୍ୟମ ଉଚ୍ଚତା ଦୀର୍ଘସ୍ଥାୟୀ ଡ୍ରୋନ୍ । ଯାହାକି ଆମେରିକାର ଏମକ୍ୟୁ-1 ପ୍ରିଡେଟର ଡ୍ରୋନ ଭଳି । ନିଜେ ଉଡ଼ିବା ଏବଂ ଅବତରଣ କରିବାର କ୍ଷମତା ରହିଛି ଏହି ଡ୍ରୋନର । ଏହାପୂର୍ବରୁ ତାପସକୁ ରୁଷ୍ଟମ-2 କୁହାଯାଉଥିଲା । ଯାହାର ଘଣ୍ଟା ପ୍ରତି ସର୍ବାଧିକ ବେଗ 224 କିଲୋମିଟର ଥିଲା । 20.6 ମିଟରର ଡେଣା ବିଶିଷ୍ଟ ଡ୍ରୋନ୍ କ୍ରମାଗତ ଭାବରେ 1000 କିଲୋମିଟର ପର୍ଯ୍ୟନ୍ତ ଉଡିପାରିବ । ଏହା 28 ହଜାର ଫୁଟ ଉଚ୍ଚତାରେ 18 ଘଣ୍ଟାରୁ ଅଧିକ ସମୟ ଉଡିପାରିବାର କ୍ଷମତା ରଖିଥାଏ ।….

Show More

Related Articles

Back to top button