Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

23 ଅଗଷ୍ଟରୁ ଅମରନାଥ ଯାତ୍ରା ସାମୟିକ ବନ୍ଦ

ମରାମତି ହେବ ଅମରନାଥ ଯିବା ରାସ୍ତା

() ଜମ୍ମୁ: 23 ଅଗଷ୍ଟରୁ ଅସ୍ଥାୟୀ ଭାବେ ବନ୍ଦ ରହିବ ଅମରନାଥ ଯାତ୍ରା । ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ଅମରନାଥ ଯାତ୍ରା ଉପରେ 23 ଅଗଷ୍ଟରୁ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ଅମରନାଥ ଯିବା ରାସ୍ତାର କିଛି ସ୍ଥାନରେ ମରାମତି ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । କମ୍ ସଂଖ୍ୟକ ତୀର୍ଥଯାତ୍ରୀ ଥିବାରୁ ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଅମରନାଥ ଶ୍ରାଇନ୍ ବୋର୍ଡଙ୍କ ଅଧିକାରୀମାନେ ରବିବାର ଦିନ କହିଛନ୍ତି ଯେ, ଏବେ ଯାତ୍ରାର ଅନେକ ସମ୍ବେଦନଶୀଳ ଅଞ୍ଚଳରେ ସୀମା ସଡକ ସଙ୍ଗଠନ ମରାମତି ପକ୍ଷରୁ ମରାମତି କରାଯାଉଛି । ଅନ୍ୟପଟେ ପବିତ୍ର ଗୁମ୍ଫାକୁ ଯିବାର ଦୁଇଟି ଯାକ ରାସ୍ତାରେ ଏବେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସପାଇଛି । ଏବେ ରାସ୍ତାର ଅବସ୍ଥା ଠିକ୍ ନଥିବା ମଧ୍ୟ ବୋର୍ଡ ପକ୍ଷରୁ କୁହାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି 23 ଅଗଷ୍ଟ ପର୍ଯ୍ୟନ୍ତ ଦୁଇଟି ଯାକ ରାସ୍ତାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।
ଚଳିତ ବର୍ଷ ଜୁଲାଇ 1ରୁ 62 ଦିନିକଆ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହା 31 ଅଗଷ୍ଟରେ ଶେଷ ହେବ ।

Show More

Related Articles

Back to top button