Breaking PLUSଓଡ଼ିଶାମୁଖ୍ୟ ଖବର

ଉତ୍ତରାଖଣ୍ଡରେ ଏକହଜାର କୋଟିର ମୌସୁମୀଜନିତ କ୍ଷୟକ୍ଷତି

ଉତ୍ତରାଖଣ୍ଡରେ ପ୍ରକୃତିର ବିପର୍ଯ୍ୟୟ

ଡେରାଡୁନ: ଉତ୍ତରାଖଣ୍ଡରେ ମୌସୁମୀ ବର୍ଷା ରଚିଛି ତାଣ୍ଡବ । ଲଗାଣ ବର୍ଷା ଯୋଗୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଓ ପାହାଡ ଧସିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜନଜୀବନ ଏକପ୍ରକାର ଠପ୍ ହୋଇପଡିଛି । ମୌସୁମୀ ସିଜିନରେ ହୋଇଥିବା ଏହି ବିପର୍ଯ୍ୟୟରେ ପାଖାପାଖି ଏକହଜାର କୋଟି ଟଙ୍କାର କ୍ଷତିକ୍ଷତି ହୋଇଥିବା ଆକଳନ କରାଯାଇଛି । ରାଜ୍ୟରେ 4 ସୀମାନ୍ତ ସହିତ ପାଖାପାଖି 221 ରାସ୍ତା ବନ୍ଦ ପଡିଛି । ତେବେ ଏହାର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରହିଛି । ତେବେ ବର୍ଷା ପାଇଁ 24 ଅଗଷ୍ଟ ଯାଏ ଉତ୍ତରାଖଣ୍ଡରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଡେରାଡୁନରେ ସକାଳୁ ସନ୍ଧ୍ୟା ଯାଏ ସୂର୍ଯ୍ୟଙ୍କର ଲୁଚକାଳି ଦେଖିବାକୁ ମିଳିଛି । ପୂରା ଆକାଶ କଳାବାଦଲରେ ଛାଇଯାଇଛି । ଏଥର ରାଜ୍ୟରେ ଆରମ୍ଭରୁ ସକ୍ରିୟ ରହିଛି ମୌସୁମୀ । ସେହିପରି ପାଗକୁ ଦୃଷ୍ଟିରେ ରଖି ଚଳିତବର୍ଷ ଅନେକ ଥର ଚାରିଧାମ ଯାତ୍ରାକୁ ରୋକିବାକୁ ପଡିଛି । ଅତିପ୍ରବଳ ବର୍ଷା ଯୋଗୁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଛି । ନଦୀ ନାଳର ଭୟଙ୍କର ରୂପ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଭୂସ୍ଖଳନ ଯୋଗୁ ଅନେକ ଘରଦ୍ୱାର, ରାସ୍ତାଘାଟ ନଷ୍ଟ ହୋଇଛି ।….

Show More

Related Articles

Back to top button