Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ମଙ୍ଗଳବାର ‘ଭାରତ ନୂଆ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ’ର ଶୁଭାରମ୍ଭ

ସୁରକ୍ଷା ଦୃଷ୍ଟିରୁ କାରକୁ ଦିଆଯିବ ଷ୍ଟାର

ନୂଆଦିଲ୍ଲୀ:କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡକାରୀ ମଙ୍ଗଳବାର ‘ଭାରତ ନୂଆ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ । ଦେଶରେ 3.5 ଟନ ପର୍ଯ୍ୟନ୍ତ ମୋଟର ଯାନର ସୁରକ୍ଷା ମାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏହାଦ୍ୱାରା ଗ୍ରାହକଙ୍କୁ ଯାନଗୁଡିକର ଦୁର୍ଘଟଣା ସୁରକ୍ଷା ଓ ତୁଳନାତ୍ମକ ମୂଲ୍ୟାଙ୍କନ କରିବାରେ ସହଜ ହେବ ।

ସଡକ ପରିବହନ ମନ୍ତ୍ରାଳୟ ଅନୁସାରେ, ଆଟୋମେଟିଭ ଉଦ୍ୟୋଗ ମାନକ (ଏଆଇଏସ) 197 ଅନୁସାରେ କାର ନିର୍ମାତା ନିଜ ଇଚ୍ଛାରେ କାରର ପରୀକ୍ଷଣ କରାଇପାରିବେ । ଯାହାକୁ ଆଧାର କରି ବୟସ୍କ ଓ ଶିଶୁ ସୁରକ୍ଷାକୁ ଦୃଷ୍ଟିରୁ କାରକୁ ଷ୍ଟାର ପ୍ରଦାନ କରାଯିବ । ଗ୍ରାହକ ବିଭିନ୍ନ ଯାନର ସୁରକ୍ଷା ମାନର ତୁଳନା କରି କିଣିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

ଏହାଦ୍ୱାର ସୁରକ୍ଷିତ କାରର ଚାହିଦା ବଢିବ ବୋଲି ସରକାରଙ୍କ ପକ୍ଷରୁ କୁହଯାଇଛି ।

Show More

Related Articles

Back to top button