Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସୋମବାରରୁ 25ଟଙ୍କା କିଲୋରେ ପିଆଜ ବିକିବ ଏନସିସିଏଫ

ବଢୁଛି ପିଆଜ ରେଟ୍

ନୂଆଦିଲ୍ଲୀ: ବଢୁଛି ପିଆଜ ରେଟ୍ । ତେବେ ପିଆଜର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର (21 ଅଗଷ୍ଟ)ରୁ ଖୁଚୁରା ମୂଲ୍ୟରେ ପିଆଜ ବିକ୍ରି ହେବ । କ୍ଷୁଦ୍ର ଦୋକାନ ଓ ଭାରତୀୟ ଜାତୀୟ ଉପଭୋକ୍ତା ସହକାରୀ ସଂଘ ଲିମିଟେଡ (ଏନସିସିଏଫ)ର ମୋବାଇଲ୍ ଭ୍ୟାନ ମାଧ୍ୟମରେ କିଲୋଗ୍ରାମ ପିଛା 25 ଟଙ୍କାରେ ବିକ୍ରି ହେବ ପିଆଜ । ଆଗକୁ ଅନ୍ୟ ଏଜେନ୍ସି ଓ ଇ-କମର୍ସ ପ୍ଲାଟଫର୍ମକୁ ମଧ୍ୟ ସାମିଲ କରାଯାଇ ମାର୍କେଟରେ ପିଆଜର ଉପଲବ୍ଧତାକୁ ବୃଦ୍ଧି କରାଯିବ । ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ବଜାରରେ ପିଆଜ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଠି ଖୁଚୁରା ବଜାରରେ ପିଆଜ ମୂଲ୍ୟ ଭାରତର ହାରାହାରି ମୂଲ୍ୟରୁ ଅଧିକା କିମ୍ବା ଗତମାସ ତୁଳନାରେ ଯଥେଷ୍ଟ ଅଧିକ ରହିଛି ସେଠାରେ ପିଆଜ ଯୋଗାଇ ଦିଆଯିବ ।ଆଜି ଯାଏ ବଫରରୁ ପାଖାପାଖି 14ଶହ ମେଟ୍ରିକ ଟନ୍ ପିଆଜ ବଜାରକୁ ପଠାଇ ଦିଆଯାଇଛି । ପିଆଜର ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।….

Show More

Related Articles

Back to top button