Breaking PLUSଓଡ଼ିଶାମୁଖ୍ୟ ଖବର

ଅଭିନୟ ମାଧ୍ୟମରେ ବଖାଣିଥିଲା ସତ, ପହଞ୍ଚିଲା ପ୍ରଶାସନ

ଏବେ ହେବ ପଦଗୁଡାର ବିକାଶ

() ସ୍ୱାଧୀନତା ଦିବସରେ ଅଭିନୟରେ କୁନି ଝିଅର ଗହନ କଥା ପ୍ରସଙ୍ଗ । ଏବେ ପଦଗୁଡା ଗାଁରେ ପହଞ୍ଚିଛି ପ୍ରଶାସନ । ଅଭିନୟ ମାଧ୍ୟମରେ କୋରାପୁଟର କୁନି ଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ଦଶମନ୍ତପୁର ବ୍ଲକ୍ ପ୍ରଶାସନ ପହଞ୍ଚିଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଦଶମନ୍ତପୁର ବିଡିଓ, ସହକାରୀ ଯନ୍ତ୍ରୀ, ଜଳ ପରିମଳ ମିଶନ ବିଭାଗର କନିଷ୍ଠ ଯନ୍ତ୍ରୀ, ଶିକ୍ଷା ବିଭାଗ, ପ୍ରାଣୀ ବିଭାଗ କର୍ମଚାରୀ, ଯୋଗାଣ ସହାୟକ ପ୍ରମୁଖ ଗାଁରେ ପହଞ୍ଚି ପଦୁଗୁଡ଼ାର ସ୍ଥିତି ପରଖିଛନ୍ତି। ଏହାସହ ଗାଁର ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।

କୁନି ଝିଅ ସୋନାଲି ଯେଉଁ ସବୁ ଅସୁବିଧା କଥା ବଖାଣିଥିଲା ସେହି ଅନୁସାରେ ଗାଁର ମୌଳିକ ସମସ୍ୟାର ସମାଧାନ କିପରି କରାଯିବ, ତାହା ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ଗ୍ରାମବାସୀଙ୍କୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ପଦୁଗୁଡ଼ା ଗାଁ ଲୋକେ ଅଞ୍ଚଳର ସମସ୍ୟା ନେଇ ବାରମ୍ବାର ଜଣାଇଥିଲେ ବି ପ୍ରଶାସନ ଶୁଣୁନଥିଲା।
ତେବେ ସ୍ୱାଧୀନତା ଦିବସରେ କୁନି ଝିଅ ସୋନାଲି ଅଭିନୟ ମାଧ୍ୟମରେ ବିଫଳତାକୁ ବଖାଣିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା ।

Show More

Related Articles

Back to top button