Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ତିନି ଦିନ ଶୁଖିଲା ପାଗ

23ରୁ ପୁଣି ବଢିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶା ଓ ଉତ୍ତର ଛତିଶଗଡ ଅଞ୍ଚଳରେ ଶୁକ୍ରବାର ରହିଥିବା ଲଘୁଚାପ କ୍ଷେତ୍ର ଶନିବାର ଉତ୍ତର ଛତିଶଗଡ ତଥା ସଂଲଗ୍ନ ଅଞ୍ଚଳରେ ରହିଛି । ଏହାସହିତ ଜଡିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ 5.8କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଫଳରେ ରାଜ୍ୟରେ ଆଉ ଲଘୁଚାପର ପ୍ରଭାବ ନାହିଁ । ଆସନ୍ତା 24 ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆହକୁ ଗତି କରି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡକୁ ଗତି କରିବ । ଫଳରେ ଆସନ୍ତା 3ଦିନ ରାଜ୍ୟର ପାଗ ଶୁଖିଲା ରହିବ । ପାଗ ଖରାଟିଆ ରହିବ ।

ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଗଙ୍ଗନଗର, ନାରନୌଲ, ଦାତିଆ, ସାତନା ହୋଇ ଲଘୁଚାପର କେନ୍ଦ୍ର ଦେଇ ଉତ୍ତର ଛତିଶଗଡ ଓ ସଂଲଗ୍ନ ଓଡ଼ିଶାର କେନ୍ଦୁଝର, ବାଲେଶ୍ୱର ଓ ଦକ୍ଷିଣ-ପୂର୍ବ ଆଡକୁ ଉତ୍ତରପୂର୍ବ ବଙ୍ଗୋପସାଗରକୁ ଲମ୍ବିଛି । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ତିନିଦିନ କାଁ ଭାଁ ବର୍ଷା ହେବ । 23 ତାରିଖରୁ ରାଜ୍ୟରେ ପୁଣି ବର୍ଷା ପ୍ରଭାବ ବଢିପାରେ ।

Show More

Related Articles

Back to top button