ଦେଶ ବିଦେଶ

୩ ଲକ୍ଷ ଟଙ୍କା ନେଇ ଗଛକୁ ଚଢ଼ିଗଲା ମାଙ୍କଡ, ତାପରେ ଯାହା ହେଲା ବିଶ୍ବାସ କରିବା ମୁସ୍କିଲ୍‌

ମାଙ୍କଡ଼ ପାଇଁ ନାକେଦମ ହୋଇଗଲେ ପୋଲିସ ବାବୁ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଗୋଟେ ମାଙ୍କଡ଼ ପୋଲିସକୁ କେମିତି ହଇରାଣ କଲା ?

କେବଳ ପୋଲିସ କାହିଁକି ଅଞ୍ଚଳର ସବୁ ଲୋକଙ୍କୁ ବି ପାଣି ପିଆଇ ଦେଲା କେବଳ ଗୋଟିଏ ମାଙ୍କଡ଼ । ୩ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ୍‌ ନେଇ ଚାଲିଗଲା ମାଙ୍କଡ଼ । ଏବେ ବୁଝିପାରୁଥିବେ ମାମଲାଟା କଣ । ପ୍ରକୃତରେ ଥାନାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକିରେ ଥିଲା ୩ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌।ବ୍ୟକ୍ତି ଜଣଙ୍କ ଭୁଲ୍‌ରେ ଗାଡ଼ି ଡିକି ଖୋଲା କରି ଥାନା ଭିତରକୁ ଚାଲିଯାଇଥିଲେ। ଏହା ପରେ କେଉଁଠି ଥିଲା ଗୋଟିଏ ମାଙ୍କଡ଼ ଆସି ବ୍ୟାଗ ନେଇ ଚମ୍ପଟ ମାରିଥିଲା। ଗଲା ତ ଗଲା ସିଧା ବଡ଼ ଗଛ ଉପରକୁ ଚଢ଼ିଗଲା । ବ୍ୟକ୍ତି ଜଣଙ୍କ ଗାଡ଼ି ଡିକି ଦେଖିବା ବେଳକୁ ବ୍ୟାଗ ଗାଏବ । ଦେଖଣାହାରୀଙ୍କ ପାଖରୁ ଜାଣିବାକୁ ପାଇଲେ ମାଙ୍କଡ ବ୍ୟାଗ ନେଇଛି। ସେତେବେଳକୁ ମାଙ୍କଡ଼ ଗଛରେ ଏଡାଳରୁ ସେ ଡାଳ ଡେଉଁଥିଲା । ଏଣେ ତା ହାତରେ ଥଳିଆ ଅଛି। ସମସ୍ତଙ୍କ ବୁଦ୍ଧି ଗୁଡୁମ ହୋଇଗଲା ।

ଶେଷରେ ଦୁଇ କନେଷ୍ଟବଳ ମାଙ୍କଡ଼କୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲେ। ବହୁ କଷ୍ଟରେ ମାଙ୍କଡ଼କୁ ଧରି ତା ପାଖରୁ ବ୍ୟାଗ ଫେରି ପାଇଥିଲେ ଦୁଇ କନେଷ୍ଟବଳ। ଏହା ପରେ ଥାନାଧିକାରୀଙ୍କ ସାମ୍ନାରେ ଟଙ୍କା ଥଳିଆଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ସମସ୍ତ ଘଟଣା ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଥିବା ଏକ ଥାନା ପାଖରେ ଘଟିଥିଲା । ମାଙ୍କଡ଼ ପାଖରୁ ଟଙ୍କା ବ୍ୟାଗ ଆଣିପାରିଥିଲେ ବିକାଶ ଅଗ୍ନିହୋତ୍ରୀ ଏବଂ ଅଖିଳେନ୍ଦ୍ର ଅଗ୍ନିହୋତ୍ରୀ। ବବଲୁଙ୍କୁ ଟଙ୍କା ମିଳିଥିବା ବେଳେ ଦୁଇ ପୋଲିସ କର୍ମଚାରୀଙ୍କୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି ।

Show More

Related Articles

Back to top button