ମନୋରଞ୍ଜନ

ବସ୍ ଚଳାଇବା ଠାରୁ ଗୀତ ଗାଇବା ପର୍ଯ୍ୟନ୍ତ, ସବୁଥିରେ ପାରଙ୍ଗମ ପୱନଦୀପ ରାଜନ୍

ଲୋକପ୍ରିୟ ରିୟାଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ଜିତି ପୱନଦୀପ ରାଜନ ବର୍ତ୍ତମାନ ଚର୍ଚ୍ଚାରେ ।

ଉତ୍ତରପ୍ରଦେଶରୁ ଆସିଥିବା ପୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲର ଟ୍ରଫି ଜିତି ଏକ ନୂତନ ସଫଳତା ହାସଲ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ପୱନଦୀପ ସିଙ୍ଗର୍ ଏବଂ ମ୍ୟୁଜିଶିୟନ୍ ବ୍ୟତୀତ ଜଣେ ଭଲ ଡ୍ରାଇଭର୍ ।ସୋସିଆଲ ମିଡିଆରେ ପୱନଦୀପଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପାହାଡ ରାସ୍ତାରେ ବସ୍ ଚଳାଉଥିବାର ନଜର ଆସିଛନ୍ତି। ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ଗଦର ଫିଲ୍ମର ‘ମେଁ ନିକଲା ଗାଡି ଲେକେ’ ଗୀତଟି ବାଜୁଛି।

ପୱନଦୀପ ନିଜେ ଏହି ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି। ପାହାଡ଼ିଆ ରାସ୍ତାରେ ପବନଦୀପଙ୍କ ଡ୍ରାଇଭିଂ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସମସ୍ତେ ତାଙ୍କର ଏହି ପ୍ରତିଭାକୁ ପ୍ରଶଂସା କରୁଛନ୍ତି ।ପାୱନଦୀପ ବୃତ୍ତିଗତ ଭାବରେ ଡ୍ରାଇଭ୍ କରନ୍ତି କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ, କିନ୍ତୁ ତାଙ୍କର ଡ୍ରାଇଭିଂ ଶୈଳୀ ଦେଖି ଲାଗୁଛି ଯେ ସେ ଜଣେ ଅତି ଅଭିଜ୍ଞ ଡ୍ରାଇଭର ବୋଲି ।

Show More

Related Articles

Back to top button