Breaking PLUSଓଡ଼ିଶାମୁଖ୍ୟ ଖବର

ମହାଶିବରାତ୍ରୀ ପାଇଁ ଟି-ସେତୁ ବନ୍ଦ

ଭୁବନେଶ୍ୱର/ବଡମ୍ବା- ଆଜି ମହା ଶିବରାତ୍ରି ଅବସରରେ ବଡମ୍ବା ଗୋପୀନାଥପୁର ‘ଟି ସେତୁ’ରେ ଗାଡି ଚାଳଚଳ ବନ୍ଦ ରହିଛି । ବଡମ୍ବା ପ୍ରସିଦ୍ଧ ସିଂହନାଥ ପୀଠରେ ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟି ସେତୁରେ ଚାଲି ଚାଲି ଯାଇ ମହାନଦୀ ଗର୍ଭରେ ଥିବା ସିଂହନାଥଙ୍କର ଦର୍ଶନ କରିବେ ଶ୍ରଦ୍ଧାଳୁ । ସକାଳ ୬ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ଆଜି ଗୋଟିଏ ଦିନ ପାଇଁ ଟି-ସେତୁରେ ଯାନବାହନ ଚାଳଚଳ ନିଷେଧ ରହିଛି । ଏନେଇ ବଡମ୍ବା ଦେବୋତ୍ତର ଅଧିକାରୀ, ତହସିଲଦାର ଶାଶ୍ୱତ ଦାସ ସୂଚନା ଦେଇଛନ୍ତି ।

Show More

Related Articles

Back to top button