Breaking PLUSଦେଶମୁଖ୍ୟ ଖବର

ଭୋପାଳ- ମନ୍ତ୍ରାଳୟ ଭବନର ତୃତୀୟ ମହଲାରେ ଅଗ୍ନିକାଣ୍ଡ

ଭୋପାଳ- ରାଜଧାନୀ ସ୍ଥିତ ବଲ୍ଲଭ ଭବନ ଗେଟ ନମ୍ବର 5 ଓ 6 ମଧ୍ୟରେ ବଡ ବିଲ୍ଡିଂର ତୃତୀୟ ମହଲାରେ ଶନିବାର ସକାଳେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ସୂଚନା ପାଇବା ପରେ ଅନେକ ଅଗ୍ନିଶମ ଗାଡି ପଂହଚି ନିଆଁ ଲିଭାଇବାରେ ମୁତୟନ କରାଯାଇଛି । କିନ୍ତୁ ପବନ କାରଣରୁ ନିଆଁ ବ୍ୟାପିବାରେ ଲାଗିଛି । 5ଜଣ କର୍ମଚାରୀ ବିଲ୍ଡିଂରେ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ମନ୍ତ୍ରାଳୟ ଭବନରେ ଶନିବାର ସକାଳେ ସଫେଇ କାମ ଚାଲିଥିଲା । ଏହାରି ଭିତରେ ଜଣେ କର୍ମଚାରୀ ସକାଳ 9.30ଟାରେ ମନ୍ତ୍ରାଳୟର ଗେଟ ନମ୍ବର 5 ଓ 6 ମଧ୍ୟରେ ଏକ ବିଲ୍ଡିଂରେ ଧୂଆଁ ଉଠୁଥିବାର ଦେଖିଥିଲେ । ଏନେଇ ସେ ଅନ୍ୟ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

Show More

Related Articles

Back to top button