Breaking PLUSଦେଶମୁଖ୍ୟ ଖବର

ଆଜି ଉତ୍ତର ପଶ୍ଚିମବଙ୍ଗ ଗସ୍ତ କରିବେ ପିଏମ ମୋଦି, ସିଲିଗୁଡିରେ 4500 କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

କୋଲକାତା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି । ଚଳିତ ମାସରେ ସେ ତୃତୀୟଥର ପାଇଁ ପଶ୍ଚିମବଙ୍ଗ ଯାତ୍ରା କରୁଛନ୍ତି । ପ୍ରଧାନମନ୍ତ୍ରୀ ସିଲିଗୁଡିରେ 4500 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ବିଜେପି ରାଲିକୁ ସମ୍ବୋଧିତ କରିବେ ।
ସରକାରୀ ପ୍ରବକ୍ତା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ରେଲୱେ ଲାଇନ ବିଦ୍ୟୁତିକରଣର ଅନେକ ପରିଯୋଜନାର ଉଦଘାଟନ କରିବେ । ଏଥିରେ ଉତ୍ତର ପଶ୍ଚିମବଙ୍ଗ ଓ ଆଖପାଖ ଅଂଚଳର ଲୋକେ ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ 3100 କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ବି ଉଦଘାଟନ କରିବେ । ସରକାରୀ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ସିଲିଗୁଡିର କବାଖାଲି ମୈଦାନରେ ରାଲିକୁ ସମ୍ବୋଧିତ କରିବେ ।

Show More

Related Articles

Back to top button