Breaking PLUSଦେଶମୁଖ୍ୟ ଖବର

କାଜିରଙ୍ଗା ଜାତୀୟ ଉଦ୍ୟାନ ଭ୍ରମଣ କରିବାକୁ ନିବେଦନ କଲେ ପିଏମ ମୋଦି

ନୂଆଦିଲ୍ଲୀ- କାଜିରଙ୍ଗା ଜାତୀୟ ଉଦ୍ୟାନ ଭ୍ରମଣ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କୁ କାଜିରଙ୍ଗା ଜାତୀୟ ଉଦ୍ୟାନ ଭ୍ରମଣ କରିବାକୁ ଅନୁରୋଧ କରୁଛି । ଏହାର ଅନନ୍ୟ ସୌନ୍ଦର୍ଯ୍ୟ ଏବଂ ଆସାମର ଉଷ୍ମତାକୁ ଅନୁଭବ କରନ୍ତୁ । ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ପରିଦର୍ଶନ ଆତ୍ମାକୁ ସମୃଦ୍ଧ କରିଥାଏ ଏବଂ ଆପଣଙ୍କୁ ଆସାମର ହୃଦୟ ସହିତ ଗଭୀର ଭାବରେ ଯୋଡିଥାଏ ।
ଅରୁଣାଚଳ ପ୍ରଦେଶରେ ସ୍ୱାଗତ ସମାରୋହକୁ ପ୍ରଶଂସା କଲେ ପିଏମ ମୋଦି
ନୂଆଦିଲ୍ଲୀ- ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଅରୁଣାଚଳ ପ୍ରଦେଶର ଭବ୍ୟ ସ୍ୱାଗତ ଦେଖି ଅଭିଭୂତ ହୋଇଛନ୍ତି ପିଏମ । ଏନେଇ ସୋସିଆଲ ହ୍ୟାଣ୍ଡେଲରେ ଫଟୋ ସେୟାର କରି ପିଏମ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶକୁ ଆସିବା ସବୁବେଳେ ସ୍ୱତନ୍ତ୍ର ଅଟେ । ଚିତ୍ତାକର୍ଷକ ଦୃଶ୍ୟ, ଜୀବନ୍ତ ସଂସ୍କୃତି, ଏବଂ ଏଠାକାର ଲୋକଙ୍କ ଉଷ୍ମତା ସବୁବେଳେ ପ୍ରେରଣା ଦେଇଥାଏ । ଇଟାନଗରରେ ସ୍ୱାଗତ ବହୁତ ସ୍ମରଣୀୟ ଥିଲା ।

Show More

Related Articles

Back to top button