ଦେଶ ବିଦେଶସ୍ୱାସ୍ଥ୍ୟ

ସ୍ୱିଗୀକୁ ଘାରିଲା କରୋନା ଡର

୨ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଟିକା ଦେବ କମ୍ପାନୀ

ଦେଶରେ ବେକାବୁ ହେବାରେ ଲାଗିଛି ଭାଇରସ । ଭୂତାଣୁ କବଳରୁ ନିଜ କର୍ମଚାରୀଙ୍କୁ ରକ୍ଷା କରିବାକୁ ବଡ ଘୋଷଣା କରିଛି ବଡ ଖାଦ୍ୟ ବିତରଣ କମ୍ପାନୀ ସ୍ୱିଗୀ । ନିଜର ୨ ଲକ୍ଷରୁ ଅଧିକ ଡେଲିଭରୀ ପାଟନର୍ସଙ୍କୁ ଟିକା ଦେବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ ।
ଗତ ମଙ୍ଗଳବାର ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାଦେବା ନେଇ କେନ୍ଦ୍ରର ଘୋଷଣା ପରେ ସ୍ୱିଗୀ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ପ୍ରଥମ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ୫୦୦୦ ଡେଲିଭରୀ ପାଟନର୍ସଙ୍କୁ ଏହି ଟିକାରକରଣ ସାମିଲ କରାଯିବ । ଏହାପରେ ଧୀରେ ଧୀରେ ଅନ୍ୟସମସ୍ତଙ୍କୁ ଏହି ଟିକା ଦିଆଯିବ ।

ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଇବା ସହ ଡେଲିଭରୀ ବୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଉଛି ।କମ୍ପାନୀ ସିଇଓ କହିଛନ୍ତି ଯେ, କରୋନା କାଳରେ ପାଖାପାଖି ବର୍ଷେ ଧରି ଆମ ଡେଲିଭରୀ ପାଟନର୍ସମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଲକଡାଉନ ସଟଡାଉନ ସମୟରେ ନିରନ୍ତର ସେବା ଯୋଗାଇଆସୁଛନ୍ତି । ଆମେ ମହାମାରୀ ବିରୋଧରେ ଆମର ଲଢେଇ ଜାରି ରଖିଛୁ । ତେବେ ଆମର ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ଆମର ଦାୟିତ୍ୱ ରହିଛି । ସାରା ଦେଶରେ ଯେତେବେଳେ ଭାଇରସର ପାରା ଉପର ମୁହାଁ ଥିଲା ଏହି ସମୟରେ ଆମ କର୍ମଚାରୀ ମାନେ ମଧ୍ୟ ଏହାର ଶିକାର ହୋଇଥିଲେ । ହେଲେ ଆଗକୁ ଯେପରି ସଂକ୍ରମଣର ମାତ୍ରା ନବ୍ୟାପେ ସେ ସବୁକୁ ଆମେ ଫୋକସ କରୁଛୁ

Show More

Related Articles

Back to top button