Breaking PLUSଓଡ଼ିଶାମୁଖ୍ୟ ଖବର

ରେଭେନ୍ସାରେ କରୋନା ପଜିଟିଭ୍, ବାତିଲ ହେଲା ପରୀକ୍ଷା

ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ପଜିଟିଭ୍‌ ଚିହ୍ନଟ ପରେ ଗୁରୁବାର ହେବାକୁ ଥିବା ସ୍ନାତକ ତୃତୀୟ, ପଞ୍ଚମ, ସପ୍ତମ ପରୀକ୍ଷା ଦିନକ ପାଇଁ ବାତିଲ କରି ଦିଆଯାଇଛି

ଏନେଇ ପରୀକ୍ଷା ନିୟନ୍ତ୍ରକ ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟ ସବୁ ପରୀକ୍ଷା ବାତିଲ୍‌ ହେବ କି ନାହିଁ ଏବଂ ବାତିଲ୍‌ ହୋଇଥିବା ପରୀକ୍ଷା କେବେ ହେବ ସେନେଇ ଗୁରୁବାର ନିଷ୍ପତ୍ତି ନିଆଯିବ ।ସୂଚନାଅନୁସାରେ, କିଛି ଦିନ ତଳେ ରେଭେନ୍ସାର ଜଣେ ଅତିଥି ଅଧ୍ୟାପକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା । ସେ ପଢ଼ାଉଥିବା ବିଭାଗକୁ ସାନିଟାଇଜ୍‌ କରାଯିବା ସହିତ ଉକ୍ତ ବିଭାଗକୁ ୭ ଦିନ ପାଇଁ ବନ୍ଦ କରାଯାଇଥିଲା । ଏହା ସହିତ ଉକ୍ତ ବିଭାଗର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ପ୍ରଫେସରଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ବୁଧବାର ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଜଣେ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତାଙ୍କୁ ସେ ରହୁଥିବା ହଷ୍ଟେଲରେ ହିଁ ସଙ୍ଗରୋଧରେ ରଖାଯାଇଛି ।

ଏହାକୁ ସେହି ହଷ୍ଟେଲରେ ରହିଥିବା ଅନ୍ୟ ଛାତ୍ରୀମାନେ ବିରୋଧ କରିଛନ୍ତି । ଯାହାକୁ ନେଇ ସେହି ହଷ୍ଟେଲରେ ରହିଥିବା ଅନ୍ୟ ଛାତ୍ରୀମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ତାଙ୍କୁ ଅନ୍ୟତ୍ର ସଙ୍ଗରୋଧରେ ରଖିବାକୁ ଦାବି କରିଛନ୍ତି । ବୁଧବାର ସନ୍ଧ୍ୟାରେ ଛାତ୍ରୀ ଜଣକ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିବାରୁ କୌଣସି ବ୍ୟବସ୍ଥା ହୋଇନାହିଁ। ତେଣୁ ତାଙ୍କୁ ସେହି ହଷ୍ଟେଲରେ ଆଇସୋଲେସନ୍‌ରେ ରଖାଯାଇଛି । ଗୁରୁବାର ତାଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି କୁଳସଚିବ ଡ. ଭକ୍ତ ଚରଣ ପ୍ରଧାନ କହିଛନ୍ତି ।

Show More

Related Articles

Back to top button