ଦେଶ ବିଦେଶବାଣିଜ୍ୟ

Covid-19: ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢିଲା ଅନ୍ତର୍ଜାତୀୟ ଉଡାଣ କଟକଣା

ଦେଶରେ ଏବେ କରୋନା ଦ୍ୱିତୀୟ ଲହରର ଆଶଙ୍କା କରାଯାଉଛି। ଏଣୁ ଦୈନିକ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଅନ୍ତର୍ଜାତୀୟ ଉଡାଣ କଟକଣା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟଙ୍କ ଅନୁମୋଦିତ ବିମାନ ଲାଗି ଏହି କଟକଣା ଲାଗୁ ହେବ ନାହିଁ ବୋଲି ଡିଜିସିଏ ଘୋଷଣା କରିଛନ୍ତି।ଏହା ପୂର୍ବ ନିର୍ଦ୍ଦେଶରେ ଡିଜିସିଏ ଅନ୍ତର୍ଜାତୀୟ ବିମାନ କଟକଣାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲେ। ତେବେ ସମୟ ପୂର୍ବରୁ ପୁଣି କଟକଣା ସମ୍ପ୍ରସାରଣ କରିଛନ୍ତି।

ଦେଶରେ କରୋନା ଭାଇରସ ମହାମାରୀ ବ୍ୟାପିବା ଯୋଗୁ ୨୩ ମାର୍ଚ୍ଚ ୨୦୨୦ରେ ଡିଜିସିଏ ପ୍ରଥମେ ଅନ୍ତର୍ଜାତୀୟ ଉଡାଣ କଟକଣା ଲାଗୁ କରିଥିଲେ। ଫଳରେ ଅନ୍ତର୍ଜାତୀୟ ଗନ୍ତବ୍ୟରେ ଯାଉଥିବା ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳ ବ୍ୟହତ ହୋଇଥିଲା।ପରେ ୨୬ ଜୁନ ୨୦୨୦ରେ ଏହି କଟକଣା ସମ୍ପ୍ରସାରଣ ହୋଇଥିଲା। ତେବେ ଏଥିରୁ କାର୍ଗୋ ବିମାନ ଓ ସ୍ୱତନ୍ତ୍ର ଅନୁମୋଦିତ ବିମାନ ବ୍ୟତୀତ ଅନ୍ୟ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିଥିଲା। ତେବେ ମଙ୍ଗଳବାର ଜାରି ତାଜା ନିର୍ଦ୍ଦେଶରେ ଆବଶ୍ୟକ ପଡିଲେ କେତେକ ଅନ୍ତର୍ଜାତୀୟ ରୁଟରେ ସମ୍ବଦ୍ଧିତ ପ୍ରାଧିକର୍ତ୍ତାଙ୍କ ମଞ୍ଜୁରି ନେଇ ଉଡାଣ ସଞ୍ଚାଳନ କରାଯାଇପାରିବ ବୋଲି କହିଛନ୍ତି।

Show More

Related Articles

Back to top button