Breaking PLUSଦେଶମୁଖ୍ୟ ଖବର

ସଂଜୟ ସିଂହଙ୍କ ଜାମିନ ପିଟିସନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, 26 ଫେବୃଆରୀ – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ସଂଜୟ ସିଂହଙ୍କ ଜାମିନ ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ନୋଟିସ ଜାରି କରିଛନ୍ତି ।
ସୁପ୍ରିମକୋର୍ଟ ସିଂହଙ୍କ ଜାମିନ ପିଟିସନକୁ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ ସହିତ ଟ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂଜୟ ସିଂହଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁସିଂଘଭି ହାଜର ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ଜାମିନ ପିଟିସନକୁ ଖାରଜ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ସଂଜୟ ।

Show More

Related Articles

Back to top button