Breaking PLUSଦେଶମୁଖ୍ୟ ଖବର

ବିହାର କୈମୁର ଜିଲ୍ଲାରେ ସଡକ ଦୁର୍ଘଟଣାରେ 9ମୃତ

ପାଟଣା, 26 ଫେବୃଆରୀ – ବିହାରର କୈମୁର ଜିଲ୍ଲାର ମୋହନିୟା ଥାନା ଅଂଚଳରେ ଜାତୀୟ ରାଜପଥ 2 ସ୍ଥିତ ଦେବକଲି ନିକଟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣାରେ 9ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସ୍ଥାନୀୟ ଅଂଚଳରେ ହଇଚଇ ଖେଳିଯାଇଛି । ପୋଲିସ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ 9ଜଣ ଲୋକଙ୍କ ଚିହ୍ନଟ କରିଛି ।
ଦୁର୍ଘଟଣାକୁ ନେଇ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସାସାରାମରୁ ବାରଣାସୀ ଅଭିମୁଖେ ଯାଉଥିବା ସ୍କର୍ପିଓ ମୋହନିୟା ଏନଏଚ-2 ନିକଟ ଦେବକଲି ଗାଁ ନିକଟରେ ଏକ ବାଇକ ସହ ଧକ୍କା ହୋଇଥିଲା । ଏହାପରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ସାମ୍ନା ପଟୁ ଆସୁଥିବା ଏକ କଣ୍ଟେନରରେ ଧକ୍କା ହୋଇଥିଲା । ଫଳରେ ସ୍କର୍ପିଓ ସହିତ ବାଇକ ଚାଳକଙ୍କୁ ମିଶାଇ 9ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button