ସ୍ୱାସ୍ଥ୍ୟ

ଶୁଣ୍ଠୀର ଔଷଧୀୟ ଗୁଣ : ଶୀତଋତୁ ରେ ବେଶ ଉପଯୋଗୀ

ଶୁଣ୍ଠୀ ଅର୍ଥ ଶୁଖିଲା ଅଦା l ଏହାର ପ୍ରୟୋଗ ପ୍ରାୟ ସମସ୍ତଙ୍କ ଘରେ କରାଯାଇଥାଏ l କଣ ଆପଣ ଜାଣିଛନ୍ତି ଏହାର ପ୍ରୟୋଗ କେବଳ ଗୋଟିଏ ଔଷଧ ଭାବରେ ନୁହେଁ ମସଲା ଭାବରେ ମଧ୍ୟ କରାଯାଇଥାଏ l ଏହାକୁ ସେବନ କରିବା ଦ୍ୱାରା ଆପଣ ଅଧିକାଂଶ ରୋଗରୁ ରକ୍ଷା ପାଇ ପାରିବେ l

ବିଶେଷ ଭାବରେ ଶୀତଋତୁରେ ଶୁଣ୍ଠୀ ର ପ୍ରୟୋଗ କରାଯାଇ ଥାଏ l ଶୁଣ୍ଠୀ ଗୋଟିଏ ଗରମ ଜିନିଷ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ l

– ଶୁଣ୍ଠୀ ରେ ପ୍ରଚୁର ପରିମାଣରେ ଆଇରନ , କ୍ୟାଲସିୟମ,ମଗ୍ନେଶୀୟମ,ଫାଇବର,ସୋଡିୟମ, ଭତାମିନ ଏ ଓ ସି, ଜିଙ୍କ, ଫୋଲେଟ ଫ୍ୟାଟି ଏସିଡ ଗୁଣ ରହିଛି l

* ମୁଣ୍ଡ ବିନ୍ଧ ସମୟରେ ଶୁଣ୍ଠୀ ର ପ୍ରୟୋଗ କରାଯାଇଥାଏ l ଯଦି ଆପଣଙ୍କ ମୁଣ୍ଡ ଲଗାତାର ବିନ୍ଧୁଚି ତେବେ ଶୁଣ୍ଠୀ ଗୁଣ୍ଡର ଲେପ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ l

* ଶୀତଋତୁରେ ସାଧାରଣତଃ ସର୍ଦି ଓ କାଶ ଲାଗି ରହିଥାଏ l ଯେଉଁ କାରଣରୁ ତଣ୍ଡା ଓ ସର୍ଦି ଲାଗି ରହିଥାଏ l ଏହି ସମୟରେ ଶୁଣ୍ଠୀ ସେବନ କରିବା ଆବଶ୍ୟକ l ଆପଣ ଶୁଣ୍ଠୀ ଗୁଣ୍ଡ ଚା ରେ ମଧ୍ୟ ପକାଇ ନିୟମିତ ଶୀତଋତୁରେ ସେବନ କରି ପାରିବେ l

* ଶୀତଋତୁ ରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅଧିକ ଦେଖା ଯାଇଥାଏ l ଯଦି ଏପରି ସମସ୍ୟା ଦ୍ୱାରା ଆପଣ ଭୋଗ କରୁଛନ୍ତି ତେବେ ଆପଣ ନିୟମିତ ଶୁଣ୍ଠୀ ଗୁଣ୍ଡ ସେବନ କରି ଉଷୁମ ପାଣି ପିଅନ୍ତୁ ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିବ l

* ଯଦି ଆପଣଙ୍କ ଓଜନ ଅଧିକ ବୃଦ୍ଧି ହେଉଛି ତେବେ ଆପଣ ନିୟମିତ ଶୁଣ୍ଠୀ ଗୁଣ୍ଡ ସେବନ କରନ୍ତୁ l ତେଣୁ ଆପଣ ନିୟମିତ ଭାବରେ ଶୁଣ୍ଠୀ ଗୁଣ୍ଡ ସହିତ ଉଷୁମ ପାଣି ସକାଳୁ ସେବନ କରନ୍ତୁ l ଏହାଦ୍ୱାରା ଓଜନ ହ୍ରାସ ହୋଇଥାଏ l

Show More

Related Articles

Back to top button