ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

କାହିଁକି ଆମ ଶରୀରଆସନ୍ତୁ ଜାଣିବା କାହିଁକି ଜରୁରୀ ଭିଟାମିନ B12 ଓ ଏହାଦ୍ୱରା ଅନେକ ରୋଗରୁ ଆରାମ ମିଳିଥାଏ

ଭିଟାମିନ ବି ୧୨ ଆମ ଶରୀର ପାଇଁ ଗୋଟିଏ ଅତ୍ୟନ୍ତ ଜରୁରୀ ପୋଷାକ ତତ୍ୱ l

ଏହା ଡିଏନଏ ପ୍ରସ୍ତୁତ କରିବା ସହିତ ଆମର ଶରୀରର ସେଲସ ଗୁଡିକୁ ଶକ୍ତି ପ୍ରଦାନ କରିଥାଏ l ଭିଟାମିନ B12 ଶରୀରରୁ କମିବା ଦ୍ୱାରା ଅନେକ ଗୁଡିଏ ରୋଗର ଉତ୍ପତି ହୋଇଥାଏ l
ଭିଟାମିନ B12 କାହିଁକି ଶରୀର ପାଇଁ ଆବଶ୍ୟକ –
ଭିଟାମିନ B12 ଶରୀରରେ ରେଡ ବ୍ଲଡ଼ ସେଲ୍ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଟିସୁ ର ରିପେଆର କରିବାରେ ମୁଖ୍ୟ ରୂପ ଗ୍ରହଣ କରିଥାଏ l ଯଦି ଆପଣଙ୍କ ଶରୀରରେ ଉଚିତ ମାତ୍ରାରେ ଭିଟାମିନ B12 ନାହିଁ, ତେବେ ଏହା ଏନିମିଆ ହେବାର ଆଶଙ୍କା ସୃଷ୍ଟି କରିଥାଏ l ଭିଟାମିନ B12 ଶରୀରରୁ କମିବା ଦ୍ୱାରା ଗୋଡ଼ ହାତ ବଧୀରା ହେବା ସମସ୍ୟା ଦେଖା ଦେଇଥାଏ l
– ହୃତପିଣ୍ଡର ଗତି ମଧ୍ୟ ଦ୍ରୁତ ହୋଇ ଯାଇଥାଏ l ମୁଣ୍ଡ ବୁଲାଇବା, ଥକା ଲାଗିବା ଓ ଅଜ୍ଞ କମିବା, ମଳ ତ୍ୟାଗରେ ଅସୁବିଧା ଓ ଜିଭରେ ଯନ୍ତ୍ରଣା ଇତ୍ୟାଦି ଦେଖା ଦେଇଥାଏ l ଯଦି ଆପଣଙ୍କ ଶରୀରରେ ଏହିସବୁ ଲକ୍ଷଣ ଦେଖା ଯାଉଛି ତେବେ ଆପଣଙ୍କୁ ନିଜ ଖାଦ୍ୟରେ କିଛିଟା ଜିନିଷ ସାମିଲ କରିବାକୁ ପଡିବ l
– ଅଣ୍ଡା : ଅଣ୍ଡା ଆମ ଶରୀରରେ ଭିଟାମିନ B12 ର କମିକୁ ଦୂର କରିଥାଏ l ତେଣୁ ନିୟମିତ ଭାବରେ ସପ୍ତାହକୁ ୩ଟି ଅଣ୍ଡା ନିଜ ଖାଦ୍ୟରେ ସାମିଲ କରନ୍ତୁ l

– ଦହି : ଦହିରେ ବିଭିନ୍ନ ଭିଟାମିନ ସହିତ ଭିଟାମିନ B12 ପ୍ରଚୁର ପରିମାଣ ରେ ରହିଥାଏ l ଆପଣ ଲୋ ଫ୍ୟାଟ ଦାହିକୁ ନିୟମିତ ଭାବରେ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏହାଦ୍ୱାରା ଶରୀରରୁ ଜରୁରୀ ପୋଷାକ ତତ୍ୱ ମିଳିଥାଏ l
– ଦୁଗ୍ଧ : ଶାକାହାରୀ ଲୋକ ମାନଙ୍କ ପାଇଁ ଦହି ସହିତ ଦୁଗ୍ଧ ସେବନ ନିହାତି ଜରୁରୀ ଅଟେ l ଦୁଗ୍ଧରେ ଭିଟାମିନ B12 ପ୍ରଚୁର ମାତ୍ରାରେ ରହିଥାଏ l ପ୍ରତିଦିନ ଦୁଗ୍ଧ ସେବନ ଦ୍ୱାରା ଭିଟାମିନ B12 ସମସ୍ୟା ଦୂର ହୋଇଥାଏ l
– ଚିଙ୍ଗୁଡ଼ି ମାଛ : ମାଂସାହାରୀ ଲୋକଙ୍କ ପାଇଁ ଚିଙ୍ଗୁଡ଼ି ମାଛ ଖାଇବା ଦ୍ୱାରା ଭିଟାମିନ B12 ର କମି ଦୂର ହୋଇଥାଏ l
– ଚିକେନ : ଚିକେନ ମଧ୍ୟ ଭିଟାମିନ B12 ପାଇଁ ଗୋଟିଏ ଭଲ ବିକଳ୍ପ ଅଟେ l ତେଣୁ ନିୟମିତ ଭାବରେ ନହେଲେ ମଧ୍ୟ ସପ୍ତାହକୁ ୨ଥର ଚିକେନ ସେବନ କରିବା ଆବଶ୍ୟକ l
– ଓଟସମିଲ୍ : ସକାଳ ଜଳଖିଆ ରେ ଓଟସମିଲ୍ ଖାଇବା ଦ୍ୱାରା ଆମ ଶରୀରକୁ ପ୍ରଚୁର ମାତ୍ରାରେ ଫାଇବର ଓ ଅନ୍ୟାନ୍ୟ ଭିଟାମିନ ପ୍ରାପ୍ତ ହୋଇଥାଏ l ଓଟ୍ସମିଲ୍ ରେ ପ୍ରଚୁର ପରିମାଣ ରେ ଭିଟାମିନ B12 ରହିଥାଏ l ଯାହା ରୋଗକୁ ବିଭିନ୍ନ ସମସ୍ୟାରୁ ଦୁରେଇ ରଖିଥାଏ l

Show More

Related Articles

Back to top button