Breaking PLUSଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପୁରୀ ସମୁଦ୍ରରେ ଆତ୍ମହତ୍ୟା ଉଦ୍ୟମ

 ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର

ପୁରୀ: ଜଣେ ମହିଳା ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ପୁରୀ ସମୁଦ୍ରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ସଂଗୃହିତ ଭିଡିଓରୁ ମହିଳାଙ୍କ ବୟସ ୩୦ରୁ ୩୫ ମଧ୍ୟରେ ହୋଇଥିବା ଆକଳନ କରାଯାଉଛି । ସେଠାରେ ଚଳପ୍ରଚଳ କରୁଥିବା ଲୋକମାନେ ଓ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳାଙ୍କ  କୌଣସି ପରିଚୟ ମିଳିପାରିନଥିବା ବେଳେ ତାଙ୍କ ପାଖରେ କେହି ସମ୍ପର୍କୀୟ ମଧ୍ୟ ନଥିବା ଜଣାପଡିଛି।

ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି। ପ୍ରାୟ ୧ ଘଣ୍ଟା ପୂର୍ବରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିବା ସୂଚନା ମିଳିଛି।

Show More

Related Articles

Back to top button