Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଖୁବଶୀଘ୍ର ଟିମ ଇଣ୍ଡିଆରେ ଯୋଗ ଦେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ଏନସିଏରେ ହେବାକୁ ଥିବା ଶିବିରରେ ଯୋଗ ଦେବାକୁ ହାର୍ଦ୍ଦିକଙ୍କୁ କୁହାଯାଇଛି ।

ଟିମ ଇଣ୍ଡିଆରେ ଖୁବଶୀଘ୍ର ଯୋଗ ଦେଇପାରନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏନସିଏରେ ହେବାକୁ ଥିବା ଶିବିରରେ ଯୋଗ ଦେବାକୁ ହାର୍ଦ୍ଦିକଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ହାର୍ଦ୍ଦିକ ୨୦୨୧ ନଭେମ୍ବରରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ସୂଚନା ମୁତାବକ ଏହି ଶିବିର ୨୦୨୨ ଟି-୨୦ ବିଶ୍ୱ କପକୁ ଆଖି ଆଗରେ ରଖି ଆୟୋଜିତ କରାଯାଉଛି । କେବଳ ସୀମିତ ଓଭର କ୍ରିକେଟରେ ଖେଳିବାର ସମ୍ଭାବନା ଥିବା ଖେଳାଳିଙ୍କୁ ଏନସିଏରେ ଯୋଗ ଦେବାକୁ କୁହାଯାଇଛି । ଅନ୍ୟପକ୍ଷରେ ଆଇପିଏଲର ୧୫ ତମ ସଂସ୍କରଣ ପୂର୍ବରୁ ଏହି ସବୁ ଖେଳାଳିଙ୍କୁ ନେଇ ଶିବିର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button