Breaking PLUSଓଡ଼ିଶାଦୁର୍ଘଟଣା

ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ହଣାକଟା, ୨ ଗୁରୁତର

ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ଦୁଇ ବ୍ୟବସାୟୀଙ୍କୁ ପନିକିରେ ଆକ୍ରମଣ କରିଥିବାର ଖବର ସାମ୍ନାକୁ ଆସିଛି । ଏହି ଆକ୍ରମଣରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପ୍ରତିଦିନ ପରି ଆଜି ମଧ୍ୟ ମାଛ ମାର୍କେଟରେ ବେପାର ପାଇଁ ଭିଡି ଜମିଥିଲା ବେଳେ ହଠାତ୍‌ ବୁଧବାର ଦିନ ମାଛ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଏପିରିକି ଉଭୟ ବ୍ୟବସାୟୀ ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା । ଜଣେ ଉତ୍ତ୍ୟକ୍ତ ମାଛ ବ୍ୟବସାୟୀ  ଜିତେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ଉପରକୁ ପନିକିରେ ଆକ୍ରମଣ କରି ଫେରାର୍ ହୋଇଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button