Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ରୁଷକୁ ଆତଙ୍କବାଦୀ ଦେଶ ଭାବେ ଘୋଷଣା କରିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି

ଯୁଦ୍ଧକୁ ନେଇ ରୁଷ ସହ କଥା ହୋଇ ବୁଝାମଣା କରିବାକୁ ରାଜି ହୋଇଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଅନ୍ୟପଟେ ନିଜର କ୍ରୋଧକୁ ଜାହିର କରିଛନ୍ତି

ଯୁଦ୍ଧକୁ ନେଇ ରୁଷ ସହ କଥା ହୋଇ ବୁଝାମଣା କରିବାକୁ ରାଜି ହୋଇଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଅନ୍ୟପଟେ ନିଜର କ୍ରୋଧକୁ ଜାହିର କରିଛନ୍ତି ।  ରୁଷ ୧୪ ଦିନ ହେଲା ୟୁକ୍ରେନର ବିଭିନ୍ନ ସହର ଉପରେ ହମଲା କରି ଏହାକୁ ଧ୍ୱଂସ କରିବାରେ ଲାଗିଛି। ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ମହିଳାମାନେ ରୁଷର ବୋମା ମାଡ଼ରେ ପ୍ରାଣ ହରାଇଛନ୍ତି । ଲକ୍ଷାଧିକ ଲୋକ ମଧ୍ୟ ଜୀବନ ବିକଳରେ ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜେଲେନସ୍କି ରୁଷକୁ ଗୋଟିଏ ଆତଙ୍କବାଦୀ ଦେଶ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି। ସେ ବ୍ରିଟେନ ସରକାରଙ୍କୁ ଏପରି ନିବେଦନ କରିଛନ୍ତି। ମଙ୍ଗଳବାର ଜେଲେନସ୍କି ବ୍ରିଟେନ ସଂସଦକୁ ସମ୍ବୋଧନ କରିଥିଲେ। ଏହି ସମୟରେ ସବୁ ସାଂସଦ ତାଙ୍କୁ ଛିଡ଼ା ହୋଇ ସାଧୁବାଦ ଜଣାଇଥିଲେ। ୟୁକ୍ରେନ ବେଶ ସାହାସିକତାର ସହ ରୁଷର ମୁକାବିଲା କରୁଥିବାରୁ ସାଂସଦମାନେ ଜେଲେନସ୍କିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବ୍ରିଟେନ ସଂସଦକୁ ସେ ୟୁକ୍ରେନର ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ରୁଷ ବିରୋଧରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ ସେ ମସ୍କୋ ଉପରେ ଆହୁରି କଡ଼ା କଟକଣା ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେହିପରି ୟୁକ୍ରେନ ଆକାଶକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟେନ ସାଂସଦମାନେ ବ୍ୟବସ୍ଥା କରନ୍ତୁ ବୋଲି ଜେଲେନସ୍କି ଅନୁରୋଧ କରିଛନ୍ତି  ।

 

 

Show More

Related Articles

Back to top button