Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ସମୟରେ ବାଂଲାଦେଶର ୯ଜଣ ନାଗରିକ ୟୁକ୍ରେନରେ ଫସିରହିଥିଲେ ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ସମୟରେ ବାଂଲାଦେଶର ୯ଜଣ ନାଗରିକ ୟୁକ୍ରେନରେ ଫସିରହିଥିଲେ । ସେହି ୯ଜଣ ନାଗରିକଙ୍କୁ ଭାରତୀୟ ଦୂତାବାସ ଉଦ୍ଧାର କରିଥିବାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅସମା ସୈଫିକ୍ୟୁ ନାମକ ଏହି ପାକିସ୍ତାନ ଝିଅ ଜଣଙ୍କ ୟୁକ୍ରେନରେ ଫସିଥିଲେ ମଧ୍ୟ ଉଦ୍ଧାର ହୋଇ ପାରୁ ନଥିଲେ। ହେଲେ କିଭ ସ୍ଥିତ ଭାରତୀୟ ଦୂତାବାସ ତାଙ୍କୁ ସହଯୋଗର ହାତ ବଢ଼ାଇ ସୁରକ୍ଷିତ ଭାବେ ୱାରଜୋନରୁ ଉଦ୍ଧାର କରିଛନ୍ତି। ଏଥିପାଇଁ ଅସମା ଗୋଟିଏ ଭିଡିଓ ଜାରି କରି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, କିଭ୍ ସ୍ଥିତ ଭାରତୀୟ ଦୂତାବାସ ଆମକୁ ସହଯୋଗ କରିଥିଲା। ଭାରତୀୟ ଦୂତାବାସ ଆମକୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବା ସହ ସବୁ ପ୍ରକାରର ସହାୟତା ଯୋଗାଇ ଦେଇଛି। ଏଥିପାଇଁ ଭାରତୀୟ ଦୂତାବାସ ନିକଟରେ କୃତଜ୍ଞ। ଦୂତାବାସକୁ ବହୁତ ବହୁତ ଧନ୍ୟବାଦ। ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମର ଆଶା ଆମେ ପଶ୍ଚିମ ୟୁକ୍ରେନରୁ ସୁରକ୍ଷିତ ଭାବେ ଘରକୁ ଫେରିପାରିବୁ।

Show More

Related Articles

Back to top button