Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଜଙ୍ଗଲୀ ହାତୀ ପାଇଁ ବନ୍ଦ୍ ରହିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବଟାନିକାଲ ଗାର୍ଡେନ ବ୍ୟାତୀତ ଅନ୍ୟ ସମସ୍ଥ ସ୍ଥାନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ୍

ଭୁବନେଶ୍ୱର: ନନ୍ଦନକାନନରେ ପଶିଛନ୍ତି ଦୁଇଟି ଜଙ୍ଗଲୀ ହାତୀ | ଆଉ ଏହାକୁ ନଜରରେ ରଖି ପର୍ଯ୍ୟଟକଙ୍କ ଯେପରି କୌଣସି ବିପଦ ନହୁଏ ସେଥିପାଇଁ ସାମୟିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି | ତେବେ ବଟାନିକାଲ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି | ଏହା ବ୍ୟାତୀତ ଅନ୍ୟ ସମସ୍ଥ ସ୍ଥାନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ୍ ରହିବ ।

ମିଳିଥିବା ସୂଚନା ମୁତାବକ ଗତକାଲି ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ପଶିଯାଇଥିଲେ | ତେବେ ନନ୍ଦନକାନନ କର୍ତୃପକ୍ଷ ଓ ଚନ୍ଦକା ବନ କର୍ମଚାରୀ ହାତୀ ଦୁଇଟିକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି | ସେମାନେ ହାତୀର ଗତିବିଧି ଉପରେ ଲକ୍ଷ ରଖୁଛନ୍ତି । ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି |

Show More

Related Articles

Back to top button