ଦେଶମୁଖ୍ୟ ଖବର

ଓଡ଼ିଶାରେ ପଡ଼ିଲା ଭାରତ ବନ୍ଦର ଆଂଶିକ ପ୍ରଭାବ

ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ରାଜ୍ୟରେ ୭ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିଲେ । ସାରା ରାଜ୍ୟରେ ଚାଷୀଙ୍କ ପାଇଁ ସ୍ୱର ଉଠିଥିଲା । କିନ୍ତୁ ଦିଲ୍ଲୀ ଭଳି ସ୍ଥାନରେ ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଛି ଏବଂ ଲୋକେ ନାନା ଅସୁବିଧାର ସାମ୍ନା କରିଛନ୍ତି ।

ଓଡିଶାରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଆନ୍ଦୋଳନକାରୀ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ବର୍ଷାରେ ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । ପ୍ରତିବାଦକାରୀ ହାତରେ ଛତା ଧରି ରାସ୍ତାରେ ଆନ୍ଦୋଳନ କରୁଥିବା ଦେଖାଯାଇଥିଲା ।

ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ । ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପସିଥିଲେ ଆନ୍ଦୋଳନକାରୀ । ଧାରଣା ଦେଇଥିଲେ ବିଭିନ୍ନ ଚାଷୀ ସଂଗଠନର ସଦସ୍ୟ । ସେହିପରି ବାଲେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପ୍ରଥମେ ରେଳୱେ ଷ୍ଟେସନରେ ଟ୍ରେନ୍ ଅଟକାଇଥିଲେ ଆନ୍ଦୋଳନକାରୀ । ତାପରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ପ୍ରତିବାଦ ଜଣାଇଥିଲେ ।

ସେହିପରି ଭାରତ ବନ୍ଦର ପ୍ରଭାବ ବାରିପଦା ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହରର ଏକ ପେଟ୍ରୋଲ ପମ୍ପ ଖୋଲାଥିଲା । ଏହି ସମୟରେ କିଛି ଆନ୍ଦୋଳନକାରୀ ଗାଡିରେ ଆସି ପେଟ୍ରୋଲ ପମ୍ପକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଦରଦାମ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ତେବେ ଆନ୍ଦୋଳନ ନକରି ଆଲୋଚନା ପାଇଁ ପୁଣି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

Show More

Related Articles

Back to top button