ସ୍ୱାସ୍ଥ୍ୟ

ଚାପମୁକ୍ତ ଜୀବନ ଓ ଷ୍ଟିରଏଡ଼ ବ୍ୟବହାର

କରୋନା ମହାମାରୀ ବୁଝାଇ ଦେଇଛି ଜୀବନର ସଂଜ୍ଞା । ପାଖାପାଖି ଦେଢ଼ ବର୍ଷ ହେଲା ଅଦୃଶ୍ୟ ଭୂତାଣୁ ସହିତ ଚାଲିଥିବା ଯୁଦ୍ଧରେ ଆଧୁନିକ ମଣିଷ ସ୍ୱାସ୍ଥ୍ୟକୁ ନେଇ ହୋଇଉଠିଛି ଅଧିକ ସତର୍କ । କେମିତି ଏକ ସୁସ୍ଥ ତଥା ନିରାମୟ ଜୀବନ ବିତାଯାଇପାରିବ ତାହାକୁ ନେଇ ବିଶେଷଜ୍ଞମାନେ ଗବେଷଣା ଚଳାଇଥିବାବେଳେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଏଥିଲାଗି ଉଦ୍ୟମ ଆରମ୍ଭ ହୋଇଛି

ଭୂତାଣୁର ଭୟାବହତା ଭିତରେ ଏକ ରୋଚକ ତଥ୍ୟ ପଦାକୁ ଆସିଛି । ଚାପମୁକ୍ତ ଜୀବନ ଶୈଳୀ ମଣିଷର ଆୟୁକୁ ବହୁଗୁଣିତ କରିଦେବାର କ୍ଷମତା ରଖେ ବୋଲି ସିଙ୍ଗାପୁରଭିତ୍ତିକ କମ୍ପାନୀ ଜେରୋ ଏବଂ ନୁ୍ୟୟର୍କସ୍ଥିତ ରୋଜୱେଲ ପାର୍କ କମ୍ପ୍ରେହେନ୍ସିଭ କ୍ୟାନ୍ସର ସେଣ୍ଟର ପକ୍ଷରୁ ହୋଇଥିବା ମିଳିତ ଗବେଷଣାରୁ ସ୍ପଷ୍ଟ ହୋଇଛି । ଆଧୁନିକ ଜୀବନଶୈଳୀ ଏବଂ ଅଭ୍ୟାସ ମଣିଷର ଆୟୁକୁ କମାଇ ଚାଲିଛି ।ମନୁଷ୍ୟ ହାରାହାରି ଆୟୁ ୬୦ ବର୍ଷ ତଳକୁ ଖସି ଆସିଲାଣି । ତେବେ ଚାପରୁ ମୁକ୍ତ ହୋଇଗଲେ ଜଣେ ପାଖାପାଖି ୧୫୦ ବର୍ଷ ଯାଏ ଅତି ସହଜରେ ବଞ୍ଚôପାରିବ ବୋଲି ନେଚର କମୁ୍ୟନିକେଶନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ହତ୍ୟା, କ୍ୟାନସର ଏବଂ ଭୟଙ୍କର ଦୁର୍ଘଟଣା ବ୍ୟତୀତ ଲୋକଙ୍କ ମୃତୁ୍ୟର ଅନ୍ୟତମ ବଡ଼ କାରଣ । ଦୁର୍ଘଟଣାର ଶିକାର ହେଲେ ଏଥିରୁ ମୁକୁଳିବାକୁ ଅଧିକ ସମୟ ଲାଗିଥାଏ । ଯଦି ଏ କ୍ଷେତ୍ରରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଦୁଇ ସପ୍ତାହ ନିଅନ୍ତି, ସମାନ ଘଟଣା ଲାଗି ଜଣେ ୮୦ ବର୍ଷୀୟ ବୟସ୍କ ଅନୁ୍ୟନ ଛଅମାସ ନେଇଥାନ୍ତି । “ସିନେଟ୍’ ପକ୍ଷରୁ ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ୧୨୦ ବର୍ଷ ପରେ ମନୁଷ୍ୟ ଶାରୀରିକ ଏବଂ ମାନସିକ ଚାପରୁ ମୁକ୍ତ ହେବା କ୍ଷମତା ସମ୍ପୂର୍ଣ୍ଣ ରୂପେ ହରାଇ ବସେ । କୌଣସି ଜଟିଳ ବେମାର ନଥିଲେ ମଧ୍ୟ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।ବୟସ ବଢ଼ିବା ଏବଂ ବଞ୍ଚôବାର ଅଭିଳାଷ ସହିିତ ଚାପମୁକ୍ତ ରହିବାର କ୍ଷମତାକୁ ବଢ଼ାଇ ଦିଆଯାଇପାରିଲେ ମଣିଷ ଦୀର୍ଘାୟୁ ହୋଇପାରିବ । ଏ ସଂକ୍ରାନ୍ତରେ ଜେରୋର କାର୍ଯ୍ୟକାରୀ ପ୍ରମୁଖ ପିଟର ଫେଦିଚେଭ କୁହନ୍ତି, ପରିଣତ ବୟସରେ ଜଟିଳ ତନ୍ତ୍ରିକାସମୂହରେ ଚାପ ପ୍ରତିଫଳିତ ହୋଇଥାଏ । ଏହାକୁ ଜାଣିବା ଲାଗି ବିଶେଷଜ୍ଞମାନେ ଡାଇନାମିକ ଅର୍ଗାନିଜମ୍ ଷ୍ଟେଟ୍ ଇଣ୍ଟିକେଟର (ଡିଓଏସ୍ଆଇ) ମଡ଼େଲ ପ୍ରସ୍ତୁତ କରିଥିଲେ । ଏଥିରୁ ଜଣାପଡ଼ିଲା ଯେ, ଚାପରୁ ମୁକୁଳିବାର ସମୟ ବୟସ ବଢ଼ିବା ସହିତ ଦୀର୍ଘ ହୋଇଥାଏ । ଏହି ଅଧ୍ୟୟନ ଜୀବନ ସୀମାକୁ ବୁଝିବା, ଆଣ୍ଟିଏଜିଂ ଲାଗି ଔଷଧ ପ୍ରସ୍ତୁତ କରିବାକୁ ମାର୍ଗ ଦେଖାଇବ ବୋଲି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି ।କରେନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବରଦାନ ପାଲଟିଥିବା ଷ୍ଟିରଏଡ଼ର ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱ ଓ ଭୟ ବଢ଼ିଛି । ଗୁରୁତର ସଂକ୍ରମଣ ସ୍ଥିତିରେ କେମିତି ଚିକିତ୍ସା କରାଯିବ ତାହାକୁ ନେଇ ବିତର୍କ ଚାଲିଥିବା ବେଳେ ଷ୍ଟିରଏଡର ଅତ୍ୟଧିକ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆସୁଛି । ଏହାକୁ ବିଶେଷଜ୍ଞମାନେ ବାରଣ କରିବା ସହ ଏପରି କଲେ ଘାତକ ସାବ୍ୟସ୍ତ ହେବ ବୋଲି ଚେତାବନୀ ଦେଇଛନ୍ତି । ବିଶେଷଜ୍ଞଙ୍କ କହିବା କଥା ନିର୍ଦ୍ଦିଷ୍ଟ ମାତ୍ରାରେ ଷ୍ଟିରଏଡ଼ ଦେଲେ କୌଣସି ପାଶ୍ୱର୍ପ୍ରତିକ୍ରିୟାର ଆଶଙ୍କା କମିବା ସହ କରୋନାରୁ ମୁକ୍ତ ହେବାର ସମ୍ଭାବନା ବଢ଼ିବ । କିମ୍ସ କୋଭିଡ଼ ହସ୍ପିଟାଲର କ୍ରିଟିକାଲ କେୟାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଇସିଏମ୍ଆର ଏବଂ ଏମ୍ସର ଗାଇଡ଼ଲାଇନ ଅନୁସାରେ ମଧ୍ୟମ ଧରଣର କିମ୍ବା ଅତି ଗୁରୁତର ରୋଗୀଙ୍କୁ ଷ୍ଟିରଏଡ ଦିଆଯାଏ । ମଧ୍ୟମ ଧରଣର ସଂକ୍ରମଣ ଅବସ୍ଥାରେ କାଶ, କଫ, ଜ୍ୱର, ଧଇଁସଇଁ ଲାଗିଲେ ଓ ଅମ୍ଳଜାନର ମାତ୍ରା ୯୦ରୁ ୯୫ ରହିଲେ ଷ୍ଟିରଏଡ଼ ନେଇପାରିବେ । କିନ୍ତୁ ଏଥିପାଇଁ ଡାକ୍ତରଙ୍କ ଅନୁମତି ଜରୁରୀ ।ସାମାନ୍ୟ ଲକ୍ଷଣ ଥିଲେ ଷ୍ଟିରଏଡ ଇଞ୍ଜେକ୍ସନ ନେବା ଆଦୌ ଉଚିତ ନୁହଁ ।

ମଧ୍ୟମ କିମ୍ବା ଅଧିକ ଲକ୍ଷଣ ଥିବା ସଂକ୍ରମିତ ଡାକ୍ତରଖାନା ଆସୁଛନ୍ତି । ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକତା ଅନୁଯାୟୀ ଷ୍ଟିରଏଡ ଇଞ୍ଜେକ୍ସନ ଦେଇଥାନ୍ତି । କିନ୍ତୁ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ସେମାନେ ଭୟ କିମ୍ବା ଆଶଙ୍କାରେ ନିଜ ଇଛା ଅନୁସାରେ ଷ୍ଟିରଏଡ ନେଇଯିବା ବିପଜ୍ଜନକ ହୋଇପାରେ । ଅଧିକ ମାତ୍ରାରେ ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବ ଏବଂ ମଧୁମେହ, ହୃଦ୍ରୋଗା, ବ୍ଲାକ ଫଙ୍ଗସ, ଫଙ୍ଗଲ ସଂକ୍ରମଣ ଆଦିର ସମ୍ଭାବନା ଅଛି । ଷ୍ଟିରଏଡ ବ୍ୟବହାର ଓ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଜନସାଧାରଣଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି ଯଦି କୌଣସି ପରିସ୍ଥିତିରେ ଷ୍ଟିରଏଡ୍ ନେବାକୁ ପଡ଼ିଲା ତେବେ ଭବିଷ୍ୟତରେ ଏହା ପାଇଁ ବଡ଼ କ୍ଷତି ହେବ କି? ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ନିର୍ଦ୍ଧାରିତ ମାତ୍ରାରେ ଷ୍ଟିରଏଡ ସେବନ କ୍ଷତିକାରକ ନୁହେଁ ବରଂ ଲାଭଦାୟକ ହେବ ।ଆଇସିଏମ୍ଆର / ଏମ୍ସ ଗାଇଡ଼ ଲାଇନ ଅନୁସାରେ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଡେକ୍ସାମେଥାସନ ୬ଏମ୍ଜି ଓଡ଼ି ଇଞ୍ଜେକ୍ସନ କିମ୍ବା ଟ୍ୟାବଲେଟ ଦିଆଯାଇ ପାରିବ । ଏହା ବ୍ୟତୀତ ମିଥେଲପେଡ଼ନିସୋଲନ୍ ୦.୫ ମିଗ୍ରା/କେଜି ଦୁଇଟି ଡୋଜରେ ଭାଗ କରି ଦିଆଯାଇପାରିବ । ଅପରପକ୍ଷେ ଗୁରୁତର ଥିବା ସିଭିୟର କରୋନା ଆକ୍ରାନ୍ତଙ୍କୁ ଡେକ୍ସାମେଥାସନ୍ ୬ଏମ୍ଜି ଓଡ଼ି ୬ଏମ୍ଜିରୁ ୧୨ ଏମ୍ଜି ଇଞ୍ଜେକ୍ସନ ଅବା ବଟିକା ଦିଆଯିବା ଉଚିତ । ଏଥିସହ ଗୁରୁତର ରୋଗୀଙ୍କୁ ଡାକ୍ତର ମିଥେିଲପେଡ଼ନିସୋଲନ୍ ୧ ମିଗ୍ରାରୁ ୨ ମିଗ୍ରା / କେଜି ଦୁଇଟି ଡୋଜରେ ଦେଇଥାନ୍ତି ।ଏହା ମଧ୍ୟରୁ କମ୍ ପାଶ୍ୱର୍ପ୍ରତିକ୍ରିୟା ଦୃଷ୍ଟିରୁ ଡାକ୍ତରମାନେ ଡେକ୍ସାମେଥାସନ୍ ଦେବା ପାଇଁ ପରାମର୍ଶ ଦେଇଥାନ୍ତି । ଏହି ପରିମାଣରେ ବ୍ୟତିକ୍ରମ ହେଲେ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିବାର ସମ୍ଭାବନା ଅଛି । ଖୋଲା ବଜାରରେ ଏବେ ଷ୍ଟିରଏଡ ବିକ୍ରୟ ଉପରେ କଟକଣା ଜାରି କରାଯାଇଛି । ଡାକ୍ତରଙ୍କ ବିନା ପ୍ରେସ୍କ୍ରିପସନରେ ଏହି ଇଞ୍ଜେକ୍ସନ କିମ୍ବା ବଟିକା ମିଳିବ ନାହିଁ । କରୋନାକୁ ନେଇ ଅଯଥା ଭୟଭୀତ ନ ହୋଇ ମନେ ମନେ ଔଷଧ ସେବନ କରନ୍ତୁ ନାହିଁ । ଡାକ୍ତରୀ ପରାମର୍ଶ ଓ ସରକାରୀ ସ୍ୱାସ୍ଥ୍ୟ ସତର୍କତା ଗ୍ରହଣ କରନ୍ତୁ ।

Show More

Related Articles

Back to top button