ସ୍ୱାସ୍ଥ୍ୟ

ପ୍ରାକୃତିକ ଓଷଧୀୟ ଗୁଣରେ ଭରପୁର ଜାମୁକୋଳି ଶରୀର ପାଇଁ ରାମବାଣ ସଦୃଶ

ଜାଣନ୍ତୁ ଏହାର ଗୁଣକାରୀ ବିଷୟରେ

ବର୍ତ୍ତମାନ ଆମ ଦୈନଦିନ ଜୀବନରେ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ବିଷୟରେ ଆମେ ଜାଣିବାକୁ ପାଉଛୁ। ସେହିଭଳି ଗୋଟିଏ ରୋଗ ହେଉଛି କରୋନା ,ଆମେ ଏହି କରୋନା ସମୟରେ ଗଛ ବୃକ୍ଷର ମହତ୍ତ୍ଵ କଣ ରହିଛି ତାହା ବୁଝି ପାରିଛୁ। ସେହିଭଳି ଗୋଟିଏ ବୃକ୍ଷ ହେଉଛି ଜାମୁକୋଳି , ଏହା ସଲ୍ଫାର ଅକ୍ସାଇଡ୍ ଓ ନାଇଟ୍ରଜେନ୍ ଭଳି ବିଷାକ୍ତ ଗ୍ୟାସ୍ କୁ ଜଳବାୟୁରେ ଟାଣି ଆଣି ତାହାକୁ ଅକ୍ସିଯେନ୍ ରେ ପରିବର୍ତ୍ତନ କରିଥାଏ । ଆୟୁର୍ବେଦ ଅନୁସାରେ ଜାମୁକୋଳି ,ତାର ମଞ୍ଜି ,ଗଛର ଛାଲି ଓ ପତ୍ର ଔଷଧୀୟ ଗୁଣ ଭରପୁର ଅଟେ । ଗୋଟିଏ ପକ୍ଷରେ ଏହା ପ୍ରାକୃତିକ ଔଷଧର ଗନ୍ତାଘର । ଆଇରନ ,ଭିଟାମିନ ଏ ଓ ସି , କେରୋଟିନ ଏବଂ ଅନ୍ୟ ପୋଷାକ ତତ୍ତ୍ଵ ଏଥିରେ ପ୍ରଚୁର ମାତ୍ରାରେ ରହିଛି ।
* ଆଣ୍ଟି ଅକ୍ସିଡ଼ାଣ୍ଟରେ ଭରପୁର ହୋଇଥିବା କାରଣରୁ ଜାମୁକୋଳି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
* ଆୟୁର୍ବେଦ ଅନୁସାରେ ଜାମୁକୋଳି ମଞ୍ଜିରୁ ଗଜା ବାହାରିବା ପାଇଁ ପାଖାପାଖି ୨୦ ଡିଗ୍ରୀ ସେଲସିୟସ ଆବଶ୍ୟକ କିନ୍ତୁ ଜାମୁକୋଳିର ମଞ୍ଜିକୁ ଆମେ ମଧୁମେହ ରୋଗୀ ମାନଙ୍କ ପାଇଁ ବ୍ୟବହାର କରିଥାଉ । ମଧୁମେହ ରୋଗୀ ମାନେ ଜାମୁକୋଳିକୁ ଶୁଖାଇ ଗୁଣ୍ଡକରୀ ଖାଇବା ଦ୍ବାରା ମଧୁମେହରୁ ଆରାମ ମିଳିଥାଏ ।

* ଜାମୁକୋଳି ଖାଇବା ଦ୍ବାରା କିଡ୍ନି ଷ୍ଟୋନ ସମସ୍ୟାରୁ ଆରାମ ମିଳିଥାଏ । ସେଥିପାଇଁ ଜାମୁକୋଳି ମଞ୍ଜି ଗୁଣ୍ଡକୁ ଦହିରେ ମିଶାଇ ଖାଇବା ଉଚିତ୍ ।
* ପାଟି ଓ ଗଳାରେ ଯଦି କୌଣସି ସଂକ୍ରମଣ ହୋଇ ଘା ହୋଇଥାଏ ତେବେ ଜାମୁକୋଳି ପତ୍ରକୁ ପାଣିରେ ଫୁଟାଇ କୁଳି କରିବା ଆବଶ୍ୟକ । ଜାମୁକୋଳି ସେବନ କରିବା ଦ୍ୱାରା ଗଳା ରୋଗରୁ ଆରମ୍ ମିଳିଥାଏ ।
*ଯଦି କାନରୁ ପୂଜ ବାହାରିଥାଏ କିମ୍ବା ଘା ହୋଇଯାଇ ଥାଏ । ତେବେ ଏହାର ମଞ୍ଜିକୁ ଗୁଣ୍ଡ କରି ତେଲରେ ଉଷୁମ କରନ୍ତୁ ଏହାପରେ ଏହି ତେଲକୁ କାନରେ ପକାଇବ ଦ୍ବାରା କାନ ସମ୍ବର୍ଦ୍ଧିତ ସମସ୍ୟା ଦୂର ହୋଇଥାଏ ।

Show More

Related Articles

Back to top button