Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ କ୍ୟାବିନେଟ୍ ବୈଠକରେ 19ଟି ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ମୋଟ ୧୯ ପ୍ରସ୍ତାବରେ ବାଜିଛି କ୍ୟାବିନେଟ ମୋହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବେିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଥିବା ସୂଚନା ମିଳିଛି।

ବସଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମୋହର ମିଳିଛି। ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ପଞ୍ଚାୟତକୁ ସହଜ ପରିବହନ ବ୍ୟବସ୍ଥା ଯୋଜନା ‘ଲକ୍ଷ୍ମୀ’। ସିଲିକନ ଓ ନିଷ୍ଟକୁ ୟୁନିଟାରି ୟୁନିଭର୍ସିଟି କରିବାକୁ କ୍ୟାବିନେଟରେ ମୋହାର ବାଜିଛି। ପେନସନ ବ୍ୟବସ୍ଥା ସରଳୀକରଣ ପାଇଁ ଓସିଏସ ପେନସନ ରୁଲରେ ସଂଶୋଧନ କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଜମି କିସମ ପରିବର୍ତ୍ତନ ଦେୟ ସମ୍ପର୍କିତ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଅଣକୃଷି ଉଦ୍ଦେଶ୍ୟରେ ଜମି କିସମ ପରିବର୍ତ୍ତନକୁ ବଜାର ମୂଲ୍ୟର ୧% ଦେୟ ନିର୍ଦ୍ଧାରିତ ହୋଇଛି ।

ରେମୁଣା ବ୍ଲକ ଦରକୁଲିଠାରେ ବୁଢ଼ାବଳଙ୍ଗ ନଦୀରେ ହେବ ଆନିକଟ୍ । ଆନିକଟ ପାଇଁ ୧୨୬ କୋଟିର ବ୍ୟୟବରାଦକୁ କ୍ୟାବିନେଟ ମଂଜୁରୀ ମିଳିଛି । ସେହିଭଳି ଖରିଫ ରୁତୁରେ ରାଜ୍ୟରେ ୭୯ ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଉଠି ଯିବ ରାଜ୍ୟ ଟୋଲ୍ ଗେଟ୍ । ରାଜ୍ୟ ପୂର୍ତ୍ତ ଓ ଆର୍ ଡି ବିଭାଗ ଅଧୀନ ସବୁ ଟୋଲ୍ ଗେଟ୍ ଉଚ୍ଛେଦ ହେବ ।

ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ ଟୋଲ୍ ଗେଟ୍ ଉଠିଯିବ । ସମସ୍ତ ୩୫ ଟୋଲ୍ ଗେଟ୍ ଉଚ୍ଛେଦକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କ୍ୟାବିନେଟ ବୈଠକରେ ଖରିଫ ଋତୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୩-୨୪ରେ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ଓ ୫୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରହିଛି । ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ ।

Show More

Related Articles

Back to top button