Breaking PLUSଦେଶମୁଖ୍ୟ ଖବରରାଜନୀତି

ପତ୍ର ଲେଖି ରାୟବରେଲିବାସୀଙ୍କୁ କୃତଜ୍ଞତା ଜଣାଇଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ, 15 ଫେବୃଆରୀ – ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାର ଦିନକ ପରେ ଗୁରୁବାର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର ରାୟବରେଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋନିଆ କହିଛନ୍ତି ଯେ, ବୟସାଧିକ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ଏବେ ଆଉ ଲୋକସଭା ନିର୍ବାଚନ ଲଢିବେ ନାହିଁ ।
ସୋନିଆ ପତ୍ରରେ କହିଛନ୍ତି ଯେ, ରାୟବରେଲିରେ ମୋର ସ୍ନେହୀ ପରିବାରଲୋକ, ମୋର ପରିବାର ଦିଲ୍ଲୀରେ ଅଧୁରା ଅଟେ । ଯାହାକି ରାୟବରେଲି ଆସି ଆପଣଙ୍କ ସହ ମିଶିବା ପରେ ପୂରା ହୋଇଥାଏ । ଏହି ଘନିଷ୍ଠ ସମ୍ପର୍କ ବହୁତ ପୁରୁଣା ଅଟେ ଓ ମୋର ଶାଶୁଘରୁ ମୋତେ ସୌଭାଗ୍ୟ ଭାବେ ମିଳିଛି । ରାୟବରେଲି ସହିତ ଆମ ପରିବାରର ସମ୍ପର୍କର ମୂଳ ବହୁତ ଗଭୀର ଅଟେ । ସ୍ୱାଧୀନତା ପରେ ହୋଇଥିବା ପ୍ରଥମ ଲୋକସଭା ନିର୍ବାଚନରେ ଆପଣ ମୋର ଶ୍ୱଶୁର ଫିରୋଜ ଗାନ୍ଧିଙ୍କୁ ଏଠାରୁ ଜିତାଇ ଦିଲ୍ଲୀ ପଠାଇଥିଲା । ତାଙ୍କ ପରେ ଆପଣ ମୋର ଶାଶୁ ଇନ୍ଦିରା ଗାନ୍ଧିଙ୍କୁ ନିଜର କରିଥିଲେ । ସେବେଠାରୁ ଏବେ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା, ଜୀବନର ଉତ୍ଥାନ-ପତନ ଏବଂ ଜୀବନର କଠିନ ପଥରେ ପ୍ରେମ ଏବଂ ଉତ୍ସାହ ସହିତ ଆଗକୁ ବଢିଥିଲା ଏବଂ ଏଥିରେ ଆମର ବିଶ୍ୱାସ ସୁଦୃଢ ହୋଇ ଚାଲିଥିଲା ।
ସେ ଲେଖିଛନ୍ତି ଯେ ଏହି ଉଜ୍ଜ୍ୱଳ ପଥରେ ଚାଲିବାକୁ ଆପଣମାନେ ମୋତେ ସ୍ଥାନ ଦେଇଥିଲେ । ମୋ ଶାଶୁ ଏବଂ ମୋ ଜୀବନସାଥୀଙ୍କୁ ସବୁଦିନ ପାଇଁ ହରାଇବା ପରେ, ମୁଁ ଆପଣମାନଙ୍କ ପାଖକୁ ଆସିଥିଲି ଏବଂ ଆପଣମାନେ ମୋ ପାଇଁ ବାହୁ ବିସ୍ତାର କରିଥିଲେ । ଗତ ଦୁଇଟି ନିର୍ବାଚନରେ, କଠିନ ପରିସ୍ଥିତିରେ ମଧ୍ୟ ଆପଣ ପଥର ପରି ଛିଡା ହୋଇଥିଲ, ଯାହାକୁ ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ । ମୁଁ ଗର୍ବିତ ଯେ ମୁଁ ଆଜି ଯାହା କିଛି ସବୁ ଆପଣଙ୍କ ପାଇଁ ଏବଂ ମୁଁ ସର୍ବଦା ଏହି ବିଶ୍ୱାସକୁ ବଞ୍ଚାଇବାକୁ ଚେଷ୍ଟା କରିଛି ।
ସୋନିଆ ଲେଖିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ବୟସ ବୃଦ୍ଧି ହେତୁ ସେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହି ନିଷ୍ପତ୍ତି ପରେ ମୋତେ ସିଧାସଳଖ ଆପଣଙ୍କ ସେବା କରିବାର ସୁଯୋଗ ମିଳିବନାହିଁ, କିନ୍ତୁ ଏହା ନିର୍ଦ୍ଧାରଣ ଯେ, ମୋର ମନ-ପ୍ରାଣ ସବୁବେଳେ ଆପଣ ପାଖରେ ରହିବ ।

Show More

Related Articles

Back to top button