Breaking PLUSଦେଶମୁଖ୍ୟ ଖବରରାଜନୀତି

ଭିସି ଜରିଆରେ ରାଜସ୍ଥାନରେ 17ହଜାର କୋଟିର ପରିଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦି

ନୂଆଦିଲ୍ଲୀ, 15 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଭିସି ଜରିଆରେ ‘ବିକଶିତ ଭାରତ ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ 17ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପରିଯୋଜନାର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପରିଯୋଜନାରେ ସଡକ, ରେଲୱେ, ସୌର ଶକ୍ତି, ବିଜୁଳି ପାରେଷଣ, ପାନୀୟ ଜଳ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ରହିଛି ।
ପ୍ରଧାନମନ୍ତ୍ରୀ 8-ଲେନ ଦିଲ୍ଲୀ- ମୁମ୍ବାଇ ଗ୍ରୀନ ଫିଲ୍ଡ ଏଲାଇନମେଣ୍ଟର ତିନି ପ୍ୟାକେଜକୁ ଉଦଘାଟନ କରିବେ । ଏଥିରେ ବୋଂଲି-ଝଲାଇ ରୋଡରୁ ମୁଇ ଗାଁ ଖଣ୍ଡ, ହରଦେବଗଞ୍ଜ ଗାଁରୁ ମେଜନଦୀ ଖଣ୍ଡ ଯାଏ, ଏବଂ ତକଲୀରୁ ରାଜସ୍ଥାନ/ଏମପି ସୀମା ଯାଏ ଅଂଶ ରହିଛି । ଏହା ଖଣ୍ଡ କ୍ଷେତ୍ରରେ ଦ୍ରୁତ ଓ ଉନ୍ନତ ଯୋଗାଯୋଗ ପ୍ରଦାନ କରିବ ।

Show More

Related Articles

Back to top button