Breaking PLUSଓଡ଼ିଶାମୁଖ୍ୟ ଖବର

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର : ବଲାଙ୍ଗୀରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଦେଓଗାଁର ଖଇରଗୁଡା ବଡଖଳାରେ ଏକ ବିଶାଳ ଶୋଭାଯାତ୍ରା ପହଞ୍ଚିଛି। କୁମୁରିଆର ସାନଖଳାରେ ମଧ୍ୟ ଏକ ଶୋଭାଯାତ୍ରା ପହଞ୍ଚିଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶହ ଶହ ଆଦିବାସୀ ଲୋକ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଚଳିତବର୍ଷ ମଧ୍ୟ ଶହ ଶହ ପଶୁପକ୍ଷୀଙ୍କ ବଳିରେ ଶୁଲିଆ ପୀଠ ରକ୍ତରଞ୍ଜିତ ହୋଇଛି । କିଛି ବର୍ଷ ହେବ ବଳି ପ୍ରଥା ବନ୍ଦ କରିବାକୁ ବଲାଙ୍ଗୀର ପୁଲିସ ପଦକ୍ଷେପ ନେଇଥିଲା। ହେଲେ କିଛି ସୁଫଳ ମିଳିନଥିଲା। ବଳିପ୍ରଥାକୁ ନେଇ ଏଠାରେ କୌଣସି କଟକଣା ନାହିଁ। ସେପଟେ ସୁରକ୍ଷାକୁ ଆଖି ଆଗରେ ରଖି ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୂତୟନ ହୋଇଛନ୍ତି।

Show More

Related Articles

Back to top button