Breaking PLUSଦେଶମୁଖ୍ୟ ଖବର

ଭାରତର ଗଣତନ୍ତ୍ର ଦିବସ ପରେଡରେ ବିଦେଶୀ ଅତିଥି ହେବାର ରେକର୍ଡ ଭାଙ୍ଗିଲା ଫ୍ରାନ୍ସ

ଇମୈନୁଏଲ ମେକ୍ରାନ ଭାରତର 75ତମ ଗଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି

ପରେଡରେ ଷଷ୍ଠ ଥର ନିମନ୍ତ୍ରିତ ହୋଇଥିବା ଏକମାତ୍ର ଦେଶ ହେଲା ଫ୍ରାନ୍ସ
ନୂଆଦିଲ୍ଲୀ- ଗଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡରେ କୌଣସି ନା କୌଣସି ଜଣେ ବିଦେଶୀ ଅତିଥି ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ମିତ୍ର ଦେଶଗୁଡିକର ରାଷ୍ଟ୍ର ଅଧ୍ୟକ୍ଷଙ୍କୁ ପରେଡର ଅତିଥି କରିବାର ଏଥର ରେକର୍ଡ ଭାଙ୍ଗିଛି ଫ୍ରାନ୍ସ । ଚଳିତ ଥର ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମେକ୍ରାନ ଭାରତର 75ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ । ଯେଉଁଥିରେ ଫ୍ରାନ୍ସ ଷଷ୍ଠଥର ନିମନ୍ତ୍ରିତ ହୋଇଥିବା ଏକ ମାତ୍ର ଦେଶ ଅଟେ, ଯାହାକି କୌଣସି ଦେଶ ପାଇଁ ସବୁଠୁ ଅଧିକ ଅଟେ ।
ଭାରତ ସରକାର ପ୍ରତ୍ୟେକ ବର୍ଷ ଜଣେ ବିଦେଶୀ ନେତାଙ୍କୁ ଗଣତନ୍ତ୍ର ଦିବସ ପରେଡ ଅବସରରେ ନିମନ୍ତ୍ରଣ କରିଥାନ୍ତି । ଭାରତରେ ଗଣତନ୍ତ୍ର ଦିବସ ଅବସରରେ ବିଦେଶୀ ନେତାଙ୍କୁ ନିମନ୍ତ୍ରଣ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଏବଂ ଭାରତୀୟ ସଂସ୍କୃତିର ବିବିଧତା ଓ ସମୃଦ୍ଧିକୁ ଦେଖାଇବା । ଦେଶରେ ସମ୍ବିଧାନ ଲାଗୁ ହେବା ପରେ ପ୍ରଥମ ଚାରି ଗଣତନ୍ତ୍ର ଦିବସ ପରେଡ ସମାରୋହ ବିଭିନ୍ନ ସ୍ଥାନରେ ଆୟୋଜିତ କରାଯାଇଥିଲା । କିନ୍ତୁ ରାଜପଥ (ଏବେ କର୍ତ୍ତବ୍ୟ ପଥ)ଉପରେ ପ୍ରଥମ ପରେଡ, 1955ରେ କରାଯାଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ମଲିକ ଗୁଲାମ ମୁହମ୍ମଦଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Show More

Related Articles

Back to top button