Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରାଜସ୍ଥାନର ନବନିର୍ବାଚିତ ବିଧାୟକଙ୍କ ପାଇଁ ଓରିଏଣ୍ଟଟେସନ କାର୍ଯ୍ୟକ୍ରମର ଉଦଘାଟନ କଲେ ଉପରାଷ୍ଟ୍ରପତି

ଜୟପୁର, 16 ଜାନୁୟାରୀ – ରାଜସ୍ଥାନର ନବନିର୍ବାଚିତ ବିଧାୟକଙ୍କ ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଙ୍ଗଳବାର ଏକ ଦିବସୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମର ଉଦଘଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ସମ୍ବିଧାନର ପ୍ରଥମ କପି ଆମର 5ହଜାର ବର୍ଷ ପୁରୁଣା ସଭ୍ୟତାର ଚିତ୍ର ଅଟେ । ଏହି କପି ସମସ୍ତଙ୍କୁ ଉପଲବ୍ଧ ହେବା ଆବଶ୍ୟକ ।
ଦୁନିଆ ପାଇଁ ଭାରତ ପ୍ରଜାତନ୍ତ୍ର ଦୃଷ୍ଟିରୁ ଆଦର୍ଶବାଦୀ ଅଟେ । କାହିଁକି ନା ଆମର ସାଂସ୍କୃତିକ ଐତିହ୍ୟ 5ହଜାର ବର୍ଷର ଅଟେ, ଯାହାକି ଆଉ କୌଣସି ଦେଶରେ ନାହିଁ ।
ଉପରାଷ୍ଟ୍ରପତି କହିଛନ୍ତି ଯେ, ଆସନ ଉପରେ ବସିଥିବା ଲୋକକୁ ସମସ୍ତଙ୍କ ଧ୍ୟାନ ରଖିବାକୁ ପଡିଥାଏ । ସେ କହିଛନ୍ତି ଯେ, ‘ମୋ ବିଷୟରେ ଖଡଗେ କହିଥିଲେ ଆସିବାକୁ ଥିବା ପାଗ କିଭଳି ହେବ, କେତେ ବ୍ୟଥିତ କରିବ । ମୋ ସମ୍ପର୍କରେ ରାଜସ୍ଥାନରେ ମଧ୍ୟ ଟିପ୍ପଣୀ ହୋଇଥିଲା, କିନ୍ତୁ ମୁଁ କଣ ଗଣ୍ଠି ପକାଇ ରଖିଲି, ଏହା ଠିକ୍ ନୁହେଁ । ପ୍ରତ୍ୟେକ ବ୍ୟକ୍ତିର ଆଚରଣ ମର୍ଯ୍ୟାଦିତ ହେବା ଆବଶ୍ୟକ ବୋଲି ଧନଖଡ କହିଛନ୍ତି ।

Show More

Related Articles

Back to top button