Breaking PLUSଦେଶଦେଶ ବିଦେଶପାଣିପାଗମୁଖ୍ୟ ଖବରସେଲିବ୍ରିଟି

ସଂକ୍ଷିପ୍ତ ସମ୍ବାଦ

୧- ଦେଶରେ ୩ଟି ଲୋକସଭା ସିଟ୍‌ ଏବଂ ୨୯ଟି ବିଧାନସଭା ସିଟ୍‌ରେ ଉପନିର୍ବାଚନ । ସେହିପରି ଭୋଟ ଗଣନା ନଭେମ୍ବର ୨ ତାରିଖରେ ହେବ ।

୨- ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ । ଏହି ପରୀକ୍ଷାରେ ଯେଉଁମାନେ କୃତ କାର୍ଯ୍ୟ ହେବେ ସେମାନେ ମେନ ପରୀକ୍ଷା ଦେବା ପାଇଁ ଯୋଗ୍ୟ ହେବେ । ମେନ ପରୀକ୍ଷା ଆସନ୍ତା ଜାନୁୟାରୀ ୭ ତାରିଖ ୨୦୨୨ ରେ ହେବ ।

୩- ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟ ଲଘୁଚାପ ସୃଷ୍ଟି ଯୋଗୁଁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।

୪- ବାଣ ବିକ୍ରି ଓ ଫୁଟାଇବା ଅନୁମତି କଟକଣାକୁ ଚାଲେଞ୍ଜ, ନଭେମ୍ବର ୧ରେ ହାଇକୋର୍ଟରେ ହେବ ପରବର୍ତ୍ତୀ ଶୁଣାଣି ।

୫ -୨ ହଜାର ଟଙ୍କାରେ ସ୍ମାର୍ଟଫୋନ ଲଞ୍ଚ କଲା ଜିଓ, ଦୀପାବଳିରୁ ଆରମ୍ଭ ହେବ ବିକ୍ରି । ଯାହା ଭାରତର ସୁବଠୁ ଶସ୍ତା ଏବଂ ସୁଲଭ 4G ସ୍ମାର୍ଟଫୋନ ହେବାକୁ ଯାଉଛି ।

୬- ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକୁ ମିଳିବ ପୂର୍ଣ୍ଣ ସ୍ୱାଧୀନତା ।

୭- ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ମିଳିଲା ବଡ ସଫଳତା । ବିଗତ ୭ ବର୍ଷ ମଧ୍ୟରେ ଏହି ଯୋଜନାରେ ୪୪ କୋଟି ନୂତନ ଆକାଉଣ୍ଟ ଖୋଲାଗଲାଣି ।

୮- ଭାରତରେ ୩ୟ ଲହରକୁ ନେଇ ବଢିଲା ଆଶଙ୍କା । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଉ ତେଲେଙ୍ଗାନାରଉ ଡେଲଟା ଏୱାଇ ୪.୨ ଭାରିଆଣ୍ଟର ୧୭ଟି ମାମଲା ଚିହ୍ନଟ ।

୯- କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା,ଏଣିକି ନଭେମ୍ବର ୨ ତାରିଖ ଠାରୁ ‘ହର ଘର ଦସ୍ତକ’ ନାମରେ ଏକ ଯୋଜନାର ପ୍ରଣୟନ କରି ପ୍ରତି ଘର ଘର ବୁଲି ଟିକା ଦିଆଯିବ ।

୧୦- ୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ପୂର୍ବରୁ ନିର୍ଦ୍ଦେଶ ।

୧୧- ନୀତି ଆୟୋଗଙ୍କ ରିପୋର୍ଟ: ସ୍ୱାସ୍ଥ୍ୟ ଲାଗି ଆର୍ଥିକ ସୁରକ୍ଷିତ ନୁହନ୍ତି ଦେଶରେ ୩୦% ଲୋକେ ।

୧୨- ବଢ଼ିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ।

୧୩- ଆଜି ଜେଲରୁ ବାହାରିଲେ ଆର୍ୟନ ଖାନ ।

୧୪- ସୁପରଷ୍ଟାର ରଜନୀକାନ୍ତ ଗତକାଲି ଚେନ୍ନାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ କାରୋଟିଡ୍‌ ଅର୍ଟେରି ରିଭାସ୍କୁଲାରାଇଜେଶନ ର ଅସ୍ତ୍ରୋପଚାର ହେଲା ସଫଳ । ସେଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

୧୫- ଜିମରେ ବ୍ୟାୟାମ କରୁ କରୁ ହଠାତ ହେଲା ହୃଦଘାତ: ୪୬ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର ।

୧୬- ଶୋଚନୀୟ ହୋଇ ପଡିଲାଣି ପାକିସ୍ତାନର ଆର୍ଥିକ ସ୍ଥିତି: ପାକିସ୍ତାନର ଘରୋଇ ଉତ୍ପାଦ ଠାରୁ ଟେସଲା ମାଲିକ ଏଲନ ମସ୍କଙ୍କ ସମ୍ପତି ଅଧିକ ।

୧୭ -ଡିଆରଡିଓ ପକ୍ଷରୁ ଦୀର୍ଘ ଦୂରଗାମୀ ବୋମାର ହେଲା ସଫଳ ପରୀକ୍ଷଣ ।

୧୮- ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର ।

Show More

Related Articles

Back to top button