Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଜୟ ଜଗନ୍ନାଥ, ରସଗୋଲା ଆମର

ଜୟ ଜଗନ୍ନାଥ, ରସଗୋଲା ଆମର । ଜି’ ଟିଭିରେ ପ୍ରସାରିତ ହେଉଥିବା ରିଅଲିଟି ସୋ ‘ସାରେଗାମାପା’ରେ ଅଡିସନ୍‌ ସମୟ‌ର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ରସଗୋଲା କାହାର ? ଓଡିଶାର ନା ବେଙ୍ଗଲର? ଯେତେବେଳେ ଜଜ ପ୍ରତିଯୋଗୀଙ୍କୁ ରସଗୋଲା କାହାର ବୋଲି ପ୍ରଶ୍ନ କରିଛନ୍ତି । ସେତେବେଲେ ବିଭିନ୍ନ ପ୍ରତିଯୋଗୀ ଭିନ୍ନ ଭିନ୍ନ ଉତ୍ତର ଦେଇଥିଲେ । ହେଲେ କଟକ ଝିଅଙ୍କ ଉତ୍ତର ଜଜଙ୍କ ପାଟି ଚୁପ କରିଦେଇଥିଲା । ସେ କହିଥିଲେ, ଜୟ ଜଗନ୍ନାଥ, ରସଗୋଲା ଆମର । ‘ସାରେଗାମାପା’ରେ ଥିବା ଜଜ୍‌ଙ୍କ ପ୍ରଶ୍ନର ଉତ୍ତର ନିଆରା ଢ଼ଙ୍ଗରେ ଦେଇ ସ୍ଥିତିପ୍ରଜ୍ଞା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ‌ଏଭଳି ସ୍ଥିତିରେ ସ୍ଥିତିପଦ୍ମାଙ୍କ ମନ୍ତବ୍ୟ ସବୁ ମହଲରେ ବେଶ ପ୍ରଶଂସିତ ହୋଇଛି ।

କଟକ ସେଲ୍‌ଟର ଛକର ବାସିନ୍ଦା ସୁଶିଲ ଚନ୍ଦ୍ର ଦାଶ ଓ ଶୈଳବାଳା ଦାଶଙ୍କ ଝିଅ ସ୍ଥିତିପଦ୍ମାଙ୍କ ବୟସ ୨୦ ବର୍ଷ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିପିଏଲଏର ଦ୍ୱିତୀୟ ବର୍ଷର ଛାତ୍ରୀ । ସଙ୍ଗୀତ ପାଇଁ ପିଲାବେଳୁ ରୁଚି ରଖିଥିବା ସ୍ଥିତିପଦ୍ମା ପ୍ରଥମେ ଗୁରୁ ତନ୍ମୟ ହୋତା ଓ ଏବେ ଗୁରୁ ସରୋଜ କୁମାର ପରିଡ଼ା ଓ ନିଜ ବଡ଼ବାପା ସୁବାସ ଦାଶଙ୍କ ଠାରୁ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି । ମିଠାଯୁଦ୍ଧରେ ଓଡ଼ିଶା ଜିତିଥିଲେ ବି ରସଗୋଲା ବେଙ୍ଗଲର ନା ଓଡ଼ିଶାର, ଅନେକ ଏଥିରେ ସନ୍ଦେହରେ ରୁହନ୍ତି । ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି ସତ, ହେଲେ ଏବେବି ରସଗୋଲା କାହାର ବୋଲି ଅନେକ ପଚାରନ୍ତି । କିନ୍ତୁ ସଙ୍ଗୀତ ମଞ୍ଚରେ ରସଗୋଲାକୁ ନେଇ ଜଜ୍ ପଚାରିଥିବା ପ୍ରଶ୍ନର ଉତ୍ତମ ଜବାବ ଦେଇଥିଲେ କଟକର ଝିଅ ସ୍ଥିତିପଦ୍ମା । ଅନେକ ପ୍ରତିଯୋଗୀ ରସଗୋଲା କୋଲକାତା ଓ ପଶ୍ଚିମବଙ୍ଗର ବୋଲି କହିଥିଲେ । ସ୍ଥିତିପଦ୍ମା କିନ୍ତୁ କହିଥିଲେ ଜୟ ଜଗନ୍ନାଥ, ରସଗୋଲା ଆମର । ରସଗୋଲା ପ୍ରତିଟି ଓଡ଼ିଆଙ୍କର ପ୍ରିୟ ।

Show More

Related Articles

Back to top button