Breaking PLUSବଲିଉଡମୁଖ୍ୟ ଖବର

ଆସୁଛି ନୂଆ ବଲିଉଡ ଫିଲ୍ମ ‘ବଧାଇ ଦୋ’

ଆସୁଛି ନୂଆ ବଲିଉଡ ଫିଲ୍ମ ‘ବଧାଇ ଦୋ’ । ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ଶେଷ ସପ୍ତାହରେ ଏହି ଫିଲ ରିଲିଜ୍‌ ହେବ । ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବା ନେଇ ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିସାରିଲେଣି । ଏହି ଫିଲ୍ମରେ ବଲିଉଡ ଅଭନେତା ରାଜକୁମାର ରାଓଙ୍କ ସହ ଭୂମି ପେଡ୍‌ନକରଙ୍କୁ ଦେଖିବାକୁ ମିଳିବ ।

ଏଥିରେ ସୀମା ପହୱା, ଶିବା ଚଢ଼ା, ଲଭ୍‌ଲିନା ମିଶ୍ରା, ନୀତୀଶ ପାଣ୍ଡେ, ଶଶି ଭୂଷଣ ପ୍ରମୁଖ ନଜର ଆସିବେ। ବଧାଇ ହୋ ନୁହେଁ, ‘ବଧାଇ ଦୋ’ର ସମୟ ଆସିଛି । ପ୍ରେକ୍ଷାଳୟରେ ଦେଖିବାକୁ ଭୁଲନ୍ତୁ ନାହିଁ ଓ ଏବେଠୁ ତାରିଖ ଦିନ ମନେ ରଖନ୍ତୁ ବୋଲି ଅଭିିନେତ୍ରୀ ସୋସିଆଲ ମିଡିଆରେ କହିଛନ୍ତି । ପାରିବାରିକ କମେଡିକୁ ନେଇ ଫିଲ୍ମର ବିଷୟବସ୍ତୁ ରହିଛି । ରାଜକୁମାର ମହିଳା ପୋଲିସ ଷ୍ଟେଶନରେ ଜଣେ ପୋଲିସ ଭାବରେ କାର୍ଯ୍ୟରତ ଥିବାବେଳେ ଅଭିନେତ୍ରୀ ଖେଳ ଶିକ୍ଷୟିତ୍ରୀ ଭାବରେ ନଜର ଆସିବେ । ୨୦୧୮ରେ ‘ବଧାଇ ହୋ’ ନାମକ ଫିଲ୍ମ ଜାତୀୟ ପୁରସ୍କାର ପାଇବା ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍‌ ‘ବଧାଇ ଦୋ’ ରିଲିଜ୍‌ ହେବାକୁ ଯାଉଛି ।

Show More

Related Articles

Back to top button