Breaking PLUSଦେଶମୁଖ୍ୟ ଖବରରାଜନୀତି

ସୋସିଆଲ ମିଡିଆରେ ବାୟୋ ବଦଳାଇଲେ ଶିବରାଜ ସିଂ

ଭୋପାଳ, 14 ଡିସେମ୍ବର – ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନିଜ ସୋସିଆଲ ମିଡିଆ ଏକ୍ସରେ ନିଜର ବାୟୋ ପରିବର୍ତ୍ତନ କରିଛନ୍ତି । ଗତ କିଛି ବର୍ଷ ଧରି ରାଜ୍ୟ ଉପରେ ରାଜ୍ କରିବା ପରେ ଏବେ ଶିବରାଜ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହ ସହିତ ଶିବରାଜ ସିଂହ ଚୌହ୍ୱାନ ଏକ୍ସରେ ପ୍ରୋଫାଇଲ ପରିବର୍ତ୍ତନ କରି ଫର୍ମର ଚିଫ୍ ମିନିଷ୍ଟର ଅଫ୍ ମଧ୍ୟପ୍ରଦେଶ ଲେଖିଛନ୍ତି । କିଛି ଘଣ୍ଟା ପରେ ବାୟୋରେ ଭାଇ ଓ ମାମା ମଧ୍ୟ ଯୋଡିଛନ୍ତି । 24ଘଣ୍ଟା ଭିତରେ ଦୁଇଥର ନିଜର ବାୟୋ ପରିବର୍ତ୍ତନ କରିଛନ୍ତି ।

Show More

Related Articles

Back to top button