Breaking PLUSଦେଶମୁଖ୍ୟ ଖବରରାଜନୀତି

କାଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନ ଲାଲ ଶର୍ମା, ସମାରୋହରେ ସାମିଲ ହେବେ ପିଏମ ମୋଦି

ଜୟପୁର, 14 ଡିସେମ୍ବର – ଆସନ୍ତାକାଲି ଶୁକ୍ରବାର ଶପଥ ନେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ଦୀୟା କୁମାରୀ ଏବଂ ପ୍ରେମଚନ୍ଦ ବୈରଭା ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେବେ । ଏହି ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ ।
ଏହି ସମାରୋହ ପାଇଁ ରାଜସ୍ଥାନ ବିଜେପି ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଜେପି ପ୍ରଦେଶ ପଦାଧିକାରୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଲବର୍ଟ ହଲ ବାହାରେ ହେବାକୁ ଥିବା ଏହି ସମାରୋହକୁ ଭବ୍ୟ ବନାଇବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସମାରୋହରେ ପିଏମ ମୋଦିଙ୍କ ଗ୍ୟାରେଣ୍ଟିର ମଧ୍ୟ ଝଲକ ଦେଖିବାକୁ ମିଳିବ ।

Show More

Related Articles

Back to top button