Breaking PLUSଦେଶମୁଖ୍ୟ ଖବରରାଜନୀତି

ସଂସଦରେ ସ୍ମୋକ୍ ଆଟାକ୍ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ

ନୂଆଦିଲ୍ଲୀ, 14 ଡିସେମ୍ବର – ନୂଆ ସଂସଦ ଭବନରେ କାଲି ଘଟିଥିବା ସ୍ମୋକ୍ ଆଟାକ ପୁଣି ଥରେ 22 ବର୍ଷ ତଳର ସ୍ମୃତିକୁ ତାଜା କରିଛି । 2001 ମସିହା ଡିସେମ୍ବର 13ରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଗତକାଲି ପୁଣି ଥରେ ସଂସଦରେ ସ୍ମୋକ୍ ଷଡଯନ୍ତ୍ର ହୋଇଥିଲା । ଲୋକସଭାର କାର୍ଯ୍ୟ ସମୟରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁ ସ୍ମୋକ୍ ଆଟାକ୍ କରିଥିଲେ । ଦୁହିଁଙ୍କୁ ତୁରନ୍ତ ଧରାଯାଇଥିଲା । ଏହାର କିଛି ସମୟ ପରେ ସଂସଦ ଭବନ ବାହାରେ ରଙ୍ଗୀନ ଧୂଆ ଉଡାଇ ପ୍ରତିବାଦ କରୁଥିବା ଜଣେ ମହିଳା ଓ ପୁରୁଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ଘଟଣାରେ 5ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଏବେ ବି ଫେରାର ଅଛି । ପୋଲିସର ସୂଚନା ମୁତାବକ ଅଭିଯୋଗଙ୍କ ବିରୁଦ୍ଧରେ ଆଇପିସି ଧାରା 452, 153,353,186 ଓ ୟୁଏପିଏର ଧାରା 16 ଓ 18 ଆଧାରରେ ମକଦ୍ଦମା ରୁଜୁ କରାଯାଇଛି । ଏହାସହିତ ପୋଲିସ 120ବି ଧାରା ମଧ୍ୟ ଲଗାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏହି ମାମଲାର ତଦନ୍ତ କରୁଛି ।

Show More

Related Articles

Back to top button