Breaking PLUSଦେଶମୁଖ୍ୟ ଖବର

କଶ୍ମୀର ଘାଟିରେ ରାତିରେ ପ୍ରବଳ ଶୀତ ଅନୁଭୂତ

ଶ୍ରୀନଗର, 11 ଫେବୃଆରୀ – କଶ୍ମୀର ଘାଟିରେ ରାତି ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶନିବାର ରାତିରେ ଜମ୍ମୁରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟରୁ ତଳକୁ ରହିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନସ 4.7, ଗୁଲମର୍ଗରେ ମାଇନସ 6.5 ଓ ପହଲଗାମରେ ମାଇନସ 7.9 ରହିଛି । ଲଦ୍ଦାଖର ଲେହ ସହରରେ ସର୍ବନିମ୍ନ ତାପମାତ୍ରା ମାଇନସ 14.1 ଓ କାରଗିଲରେ ମାଇନସ 19.7 ରହିଛି । ଜମ୍ମୁ ସହରରେ ସର୍ବନିମ୍ନ ତାପମାତ୍ରା 7.8, କଟରାରେ 6.6, ବଟୋତରେ ମାଇନସ 0.3, ଭଦରଭାହରେ ମାଇନସ 0.6 ଓ ବନିହାଲରେ 4.2 ଡିଗ୍ରୀ ରହିଛି ।

Show More

Related Articles

Back to top button